#Uncategorized

ବାଲିଗୁଡା କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା


ବାଲିଗୁଡ଼ା:(ଉଲାପ୍ର) : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି | ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି ପଡିଛି |ଗାଡ଼ି ଓଲଟି ତେଲ ପ୍ୟାକେଟ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାଯାଇଛି। ଖବର ପାଇ ଜି.ଉଦୟଗିରି ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ମେଡିକାଲ କୁ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗାଡି କିପରି ଓଲଟିଲା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |

Leave a comment

Your email address will not be published. Required fields are marked *