#Uncategorized

ବାଲିଗୁଡା:ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ


ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ବିଭାଗ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଫରେଷ୍ଟରଙ୍କ ସମେତ ବନକର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ପହଁଚି ମୃତ ବଳଦର ଶବ ବ୍ୟବଚ୍ଛେଦ କରିବାସହ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ବନ କର୍ମଚାରୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ବଳଦର ମାଲିକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a comment

Your email address will not be published. Required fields are marked *