#Uncategorized

ଫୁଲବାଣୀ ଓକିଲ ସଂଘ ନିର୍ବାଚନ, ସଭାପତି ଭାବେ ସିଦ୍ଧେଶ୍ୱର ଓ ସମ୍ପାଦକ ଭାବେ ଅଜିତ ନିର୍ବାଚିତ

ଫୁଲବାଣୀ:(ସୁନୀଲ ପଟନାୟକ ) ସ୍ଥାନୀୟ ସଦର ମହକୁମା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠୀ ତ ହୋଇଯାଇଛି lସଭାପତି ଭାବେ ବରିଷ୍ଠ ଆଇନଜୀବୀ ସୀଧେ ସ୍ୱ ର ଦାସ ବିଜୟୀ ହୋଇଥିବାବେଳେ ସମ୍ପାଦକ ଭାବେ ଅଜିତ ପଟନାୟକ ବିଜୟୀ ହୋଇଛନ୍ତି lଏହି
ନିର୍ଵାଚନ ପ୍ରକ୍ରିୟା ଶନିବାର ସକାଳ ୮ଟା ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ରେ ଶେଷ ହୋଇଥିଲା ।
ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ। ସେଥି ମଧ୍ୟରୁ ସଭାପତି ପଦ ପାଇଁ ଦୁଇ ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସମ୍ପାଦକ ପାଇଁ ମଧ୍ୟ ଦୁଇଜଣ ପ୍ରତିଦ୍ବନ୍ଦିତା କରିଥିଲେ। ସଭାପତି ପଦ ପାଇଁ ଅଜୟ କୁମାର ସିଂ ଓ ସିଦ୍ଧେଶ୍ୱର ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ସେଥିମଧ୍ୟରୁ ସିଦ୍ଧେଶ୍ୱର ଦାଶ ୬୧ଟି ଭୋଟ ପାଇ ନିର୍ଵାଚିତ ହୋଇଛନ୍ତି । ଗୋଟିଏ ଭୋଟ ନାକଚ ହୋଇଥିଲା । ସେହିପରି ସମ୍ପାଦକ ପଦ ପାଇଁ ଅଜିତ ପଟ୍ଟନାୟକ ଓ ବିରୂପାକ୍ଷ ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅଜିତ କୁମାର ପଟ୍ଟନାୟକ ୬୭ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ୩ଟି ଭୋଟ ନାକଚ ହୋଇଥିଲା ।
ସେହିପରି ଅନ୍ୟ ପଦବୀ ଗୁଡିକ ଅପ୍ରତିଦ୍ବନ୍ଦୀ ଭାବେ ଆଗରୁ ନିର୍ଵାଚିତ ହୋଇଥିଲେ ।ସେମାନେ ହେଲେ ଉପସଭାପତି ପ୍ରତାପ ଚନ୍ଦ୍ର ବାଇ,ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ରଞ୍ଜନ ନାୟକ, କୋଷାଧ୍ୟକ୍ଷ ନନ୍ଦିତା କୁମାରୀ, ପାଠାଗାର ସମ୍ପାଦକ ନମିତା ସାହୁ ।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ବିରେନ୍ଦ୍ର ସୁବୁଦ୍ଧି,ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଦୁର୍ଗା ଶଙ୍କର ପଟ୍ଟନାୟକ, ଗୌରୀ ଶଙ୍କର ବେହେରା, ସମୀର ମହାପାତ୍ର,ପଙ୍କଜ ବେହେରା, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ।
ବରିଷ୍ଠ ଆଇନଜୀବୀ ଭି ଭି ରାମ ଦାଶ, ବିଶ୍ଵଜିତ ପଟ୍ଟନାୟକ ଓ ବିଜୟ କୁମାର ମହାନ୍ତି ପ୍ରମୁଖ ସୁଚାରୁରୂପେ ନିର୍ବାଚନ ପରିଚାଳନା କରିଥିଲେ l ।
ତେବେ ଏହି ନିର୍ବାଚନ ପ୍ରକ୍ରିୟା ବେଶ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଥିବl ନିର୍ବାଚନ ପରିଚାଳକ ଭି ଭି ରାମ ଦାଶ କହିଛନ୍ତି ।
ନବ ନିର୍ବାଚିତ କର୍ମକତା ମାନଙ୍କୁ ବାର ସଦସ୍ୟ ମନେ ବିପୁଳ ସ୍ୱାଗତ ସମ୍ବର୍ଧନା ଜଣାଇ ଥିଲେ l
ଆଇନ ଯିବି ମାନଙ୍କ ସ୍ୱାର୍ଥ ରକ୍ଷା ଓ ସୁରକ୍ଷା ସେମାନଙ୍କ ପ୍ରଥମ କର୍ତବ୍ୟ ହେବ ବୋଲି ନବ ନିର୍ବାଚିତ ସମ୍ପାଦକ ଅଜିତ ପଟନାୟକ କହିଛନ୍ତି l

Leave a comment

Your email address will not be published. Required fields are marked *