#Breaking News

ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ


ଫୁଲ ବାଣୀ-( ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେଲପଦର ଗ୍ରାମ୍ 6ର ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ବେଲପଦର ଗ୍ରାମର ଶ୍ରୀବତ୍ସ ମଲିକଙ୍କ ପୁଅ ସରୋଜ ମଲିକ ବୋଲି ଜଣାପଡିଛି । ସରୋଜ କୁ ଗୁରୁତର ଅବସ୍ଥାରେ ଘର ଲୋକେ ଚିକିତ୍ସା ପାଇଁ ବ୍ରାହ୍ମଣପାଦ ମେଡିକାଲ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସରୋଜର ମୃତ୍ୟୁ ଘଟିଛି ।
ଚକାପାଦ ଥାନା ପୋଲିସ ଏ ନେଇ ଏକ ଆପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ମୃତ ଯୁବକ ଜଣକ ବିପିଏଲ ପରିବାରର ହୋଇଥିବାରୁ ଆର୍ଥୀକ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *