#Breaking News

ବରଗଡ଼ରେ ଡ୍ରେନେଜ ବ୍ୟବସ୍ଥା ବେହାଲ


ବରଗଡ଼: ପୌର ପରିଷଦ ଅଞ୍ଚଳରେ ବର୍ଷା ହେଲେ ଏବେ ଡ୍ରେନେଜ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ସହରର ଅନେକ ପଡା ଜଳମଗ୍ନ ହୋଇ ଥିବା ବେଳେ ଏବେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନେକ ୱାର୍ଡ ରେ ଡ୍ରେନ ନଥିବା ବେଳେ ଯଉଠି ଅଛି ଠିକ ରେ ସଫେଇ ହଉ ନଥିବାରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ ବୋଲି ଆମ୍ ଆଦମୀ ପାର୍ଟି ର ଜିଲ୍ଳା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଏପରି କି ସରକାରୀ ଅଫିସ ଗୁଡିକ ଜଳମଗ୍ନ ହୋଇ ରହୁଥିବା ଜଣାପଡୁଛି । ବରଗଡ଼ ୱାର୍ଡ ନଂ ୧ ଚନ୍ଦନ ନଗର ଠାରେ ଥିବା ଜଣେ ଏମଏଲଏ ଙ୍କ ଘର ପାଖେ ନିକୃଷ୍ଠ ଡ୍ରେନ ଥିବାରୁ ପାଣି ଭର୍ତ୍ତି ହୋଇ ରହୁଛି । ସହରର ନାଏକ ପଡା, ଖଜୁର ଟିକ୍ରା, ଗୋବିନ୍ଦପାଲି, ବ୍ରହ୍ମଚାରି, ଘୁଲିପାଲି, ବାଲିଟିକ୍ରା, କେଶବ ନଗର ଓ ଅନେକ ଏରିଆ ରେ ଡ୍ରେନେଜ ନାହିଁ କିମ୍ବା ନିମ୍ନ ମାନର ଡ୍ରେନ ଯୋଗୁଁ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହୋଇଛି । ବର୍ଷା ପୂର୍ବରୁ ସମସ୍ତ ଡ୍ରେନ କୁ ଠିକ ଭାବେ ଡି ସିଲଟିଂ କରିବା କଥା କିନ୍ତୁ ପୌର ପରିଷଦର ଅପାରଗତା ଯୋଗୁ ତାହା ହୋଇ ପାରୁନି । ସେପଟେ ୧୭ ବର୍ଷ ଧରି ବିଜେଡି ହାତରେ ପୌର ପରିଷଦ ରହିଥିଲେ ବି ଡ୍ରେନଜ ବ୍ୟବସ୍ଥା ସୁଧୁରି ପାରୁ ନାହିଁ ବୋଲି ଆପ୍ ଅଭିଯୋଗ କରିଛି ।

Leave a comment

Your email address will not be published. Required fields are marked *