#Breaking News

କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାଉନସେଲର ସ୍ଵେଚ୍ଛାସେବୀ ଯୋଗ ଦେଇ ନିଜର ମତ ବ୍ୟକ୍ତ କରିଛନ୍ତି। ଅଧ୍ୟକ୍ଷ ପଞ୍ଚାନନ ବେହେରା ସଭାପତି ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ବେହେରା ଜିଲ୍ଲା ସଂଯୋଜକ ଡ ବିଭୂତି ଭୂଷଣ ଆଚାର୍ଯ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପୂର୍ବ ତନ ଜିଲ୍ଲା ସଂଯୋଜକ ଡ ନଳିନୀ କୁମାର ପାଣିଗ୍ରାହୀଙ୍କୁ ଇତ୍ୟବସରରେ ସମ୍ବର୍ଧିତ କରାଯାଇଥିଲା।ସେବାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ସମସ୍ତେ ଗୁରୁତ୍ଵ ଆରୋପ କରିଥିଲେ। ବାର୍ଷିକ ବକେୟା ରାଜ୍ୟ ଅଂଶ ଧନ ୨୦ଟଙ୍କାରୁ ୬ଟଙ୍କା ଏନ ଇ ef ଟି ରେ ପଠାଇବା କ୍ଲଷ୍ଟର ଶିବିର ଜିଲ୍ଲାରେ ଆୟୋଜନ କରିବା ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରିବା ରକ୍ତଦାନ ଶିବିର ଆୟୋଜନ କରିବା ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ସକାଶେ ତାଲିମ୍ ଦେବା କୁ ଗୁରୁତ୍ୱ ଦିଆଯାଇ ଥିଲା ।

Leave a comment

Your email address will not be published. Required fields are marked *