#Breaking News

ନରସିଂହପୁର ଲେଖକ ସାମ୍ମୁଖ୍ୟ ର ନୂଆଖାଇ କବିତା ଆସର ଓ ଆଲୋଚନା ଚକ୍ର

ନରସିଂହପୁର 11.09.21।ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ନୁଆଖାଇ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାଃ. ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଦେବରାଜ ସ୍ୱାଇଁ ମୁଖ୍ୟ ବକ୍ତା, ଗୀତିକାର ବିଭୂତି ଭୂଷଣ ନାୟକ, ସଂଯୋଜକ ଓ ସାଧାରଣ ସମ୍ପାଦକ ଆଇନୀଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଯୋଗଦେଇ ନୂଆଖାଇ ପର୍ବ ର ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ କବି ବିଣାପାଣୀ ଜେନା, ସ୍ଵର୍ଣ୍ଣଲତା ସାହୁ, ମାନସ ରଞ୍ଜନ ସାହୁ, ପଦ୍ମ ଚରଣ ପ୍ରଧାନ, ପରେଶ ପ୍ରସାଦ ମହାପାତ୍ର, ସୁବର୍ଣ୍ଣ କେଶରୀ ମିଶ୍ର, କାଦମ୍ବିନୀ ମହାପାତ୍ର, ଚୈତନ୍ୟ ଚରଣ ଦାସ, ରବୀନ୍ଦ୍ରନାଥ ସାହୁ, ସଞ୍ଜୟ କୁମାର ପଟ୍ଟନାୟକ, ବିଚିତ୍ରା ନନ୍ଦ ନାୟକ, ସୂର୍ଯ୍ୟକାନ୍ତ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *