#Breaking News

ଟିମ ହୁ ମାନୀଟି ଦ୍ୱାରା ଦଶ ଫୁଟ ର ଅଜଗର ସାପ ଉଦ୍ଧାର


ଫୁଲବାଣୀ -28/9(ସୁନୀଲ ପଟନାୟକ )
ଫୁଲବାଣୀସହର ନିକଟ କୁଟୀବାରୀ ରେ ବାସ କରୁଥିବା ମହେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭିତରେ ଏକ ଦଶ ଫୁଟ ର ଅଜଗର ସାପ ପସିଥିବା ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ଭି. ଜଗନ୍ନାଥ ରାଜୁ ଙ୍କୁ ଯୋଗାଯୋଗ କରିଥିଲେ ତତକ୍ଷଣା ତ ଟିମ୍ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରା ମ ପାତ୍ର, ଏବଂ ପ୍ରଫୁଲ୍ଲ କୁମାର ପୃଷ୍ଟି ,ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ଫୁଲବାଣୀ ବନ ବିଭାଗ ଅଫିସ ରେ ହସ୍ତାନ୍ତର କରି ପୁଣି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଥିବା କଥା ଟିମ୍ ର ଆବାହକ ଭି. ଲୋକନାଥ ରାଜୁ ସୂଚନା ଦେଇଛନ୍ତି l
ସଦସ୍ୟ ମାନେ ଏତେବଡ଼ ଅଜଗର ସାପ ଉଦ୍ଧାର କରିଥିବା ରୁ କୁଟିବାରି ଗ୍ରାମର ମହେନ୍ଦ୍ର ଙ୍କ ପରିବାର ସମେତ ଗ୍ରାମବାସୀ ଟିମ କୁ କୃତଜ୍ଞତା ଜଣାଇଛନ୍ତି l

Leave a comment

Your email address will not be published. Required fields are marked *