#Breaking News

ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି କୁ ସ୍ଥାୟି ରାସ୍ତା ନିର୍ମାଣ ଦାବୀ ରେ ରାସ୍ତା ରୋକ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁ ଡିପା ଜୁ ପଂଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି କୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ କରି ଉତ୍ୟକ୍ତ ଗ୍ରାମବାସୀ ବୁଧବାର ସକାଳୁ ରାସ୍ତା ଅବରୋଧ କରିଛନ୍ତି l
ବର୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଗଲାଣି ଆଉ ଜ଼ିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେପୁତୁଡ଼ି ଜଳପ୍ରପାତ କୁ ଉପଭୋଗ କରିବାକୁ ଆସିଲେଣିl ହେଲେ ପୁତୁଡ଼ି ଛକ ରୁ ପୁତୁଡ଼ି ଯାଏ ଥିବା ପ୍ରାୟ ଦଶ କିଲୋମିଟର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡିଛିl ଗାଡ଼ିମଟର ଯା ଆସ କରିବା ମୁସ୍କିଲ ହୋଇପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଖବର ପାଇ
ସଦର ପୋଲିସ ଓ ବ୍ଲକ ବି ଡି ଓ ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରୁଛନ୍ତି l
ତେବେ ବୁଢା ଦାନୀ ଯାଏ ପ୍ରାୟ ୫ କିମି ରାସ୍ତା କୁ ଆର ଡି ବିଭାଗ କୁ ହସ୍ତାନ୍ତର କରାଯାଇଛି ସେଯାଏ ଆର ଡି ପିଚୁ ରାସ୍ତା କରିବ ଆଉ ବାକି ରାସ୍ତା ବ୍ଲକ ପକ୍ଷରୁ ମରାମତି କରାଯାଇଥିବା ବି ଡଓ ନାୟକ କହିଛନ୍ତି l

Leave a comment

Your email address will not be published. Required fields are marked *