#Breaking News

ଢେଙ୍କାନାଳ ଜିଲ୍ଲା ଇ.ପି.ଏଫ. ପେନସନ ଭୋଗୀମାନଙ୍କ ଦ୍ୱାରା ଦାବିଦିବାସ ପାଳିତ

ଢେଙ୍କାନାଳ(ଉଲାପ୍ର)ସମଗ୍ର ଓଡିଶା ଇ.ପି.ଏଫ. ପେନସନ ଭୋଗି ସଂଘ ର ଢେଙ୍କାନାଳ ଶାଖା ତରଫରୁ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଭାରତରେ 1995 ମସିହା 16 ତାରିଖରେ ଇ.ପି.ଏଫ.ଧାରୀଙ୍କ ପାଇଁ ପ୍ରଥମ କରି ପେନସନ ଯୋଜନା ଲାଗୁହୋଇଥିଲା । ଯେଉଁ ଆଧାରରେ ସେମାନେ 400 ରୁ 4000 ଟଙ୍କା ପର୍ଯ୍ୟନ୍ତ ପେନସନ ପାଇଆସୁଥିଲେ । ଯାହାକି ବର୍ତମାନ ସମୟରେ ଅତ୍ୟନ୍ତ ନଗନ୍ୟ ଅଟେ । ପେନସନ ତଥା ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ରାଷ୍ଟ୍ରୀୟ ସମନ୍ୟୁତ ସମିତି ପ୍ରତିନିଧି ମଣ୍ଡଳୀ ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଧ୍ୟାନ ଦେଇନଥିଲେ । ଢେଙ୍କାନାଳର ବିଭିନ୍ନ କଳକାରଖାନା, ଅନୁଗୁଳ କୋପେରେଟିଭି ବ୍ୟାଙ୍କ, କଳିଙ୍ଗ ଝୋଟ କଳ ର ଶତାଧିକ କର୍ମଚାରୀମାନେ ଆଜି ଢେଙ୍କାନାଳର ଯଉଁଳି ପୋଖରୀଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆରମ୍ଭ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଏଠାରେ ପହଁଚିଲା ପରେ ଜିଲ୍ଲାପାଳଙ୍କୁ ଏକ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ସର୍ବନିମ୍ନ 9000 ପେନସନ ସହ ମହଙ୍ଗା ଭତ୍ତା ପ୍ରଦାନ, ହାଇକୋର୍ଟ ଙ୍କ ନିର୍ଦେଶ ଅନୁସାରେ ବର୍ଦ୍ଧିତ ଭତ୍ତା ପ୍ରଦାନ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ପରିବାରକୁ ସାମିଲ କରିବା ଆଦି ଦାବି ରଖିଥିଲେ ।

Leave a comment

Your email address will not be published. Required fields are marked *