#Breaking News

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତିଙ୍କ ଦ୍ୱାରା ଫୁଲବାଣୀ ବ୍ଲକରେ ସ୍ମାର୍ଟ କାର୍ଡ ବଣ୍ଟନ


ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବୈଦ୍ୟୁ ଟିକ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାର କାନ୍ତି ବେହେରା ମଙ୍ଗଳବାର ଫୁଳବାଣୀ ବ୍ଲକ ଅନ୍ତର୍ଗତତୁଡି ପାଜୁ, ଡଡିକି, ଡୁଡୁକି, କଟ୍ରିଂଗିଆ, ବିସିପଡା ଆଦି ପଂଚାୟତ ଗସ୍ତ କରି ସ୍ମାର୍ଟ କାର୍ଡ ଦ୍ୱାରା କିପରି ଲୋକେ ବଡ ବଡ ହସ୍ପିଟାଲ ରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ ସେ ନେଇ ଲୋକଙ୍କୁ ବୁଝାଇଥିଲେ l
ସେହିପରି ଗତକାଲି ସୋମବାର ମନ୍ତ୍ରୀ ବେହେରା ଆଲାମି, ଗନଜୁ ଗୁଡା, ମିଣିଆ, ଗୁମା ଗଡ଼, କେରେଡ଼ି, ଆଦି ପାଞ୍ଚଟି ପଂଚାୟତ ରେ ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଲୋକଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେl
ଫୁଲବାଣୀ ବ୍ଲକ ରେ ମୋଟ ୯ ହଜ଼ାର ୯୫୫ ଜଣ ପରିବାର ର ୨୮ ହଜ଼ାର ଲୋକ ଉପକୃତହେବେ ବୋଲି କୁହାଯାଇଛି l
ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମଞ୍ଜୁ ଦେବୀ କହଁର, ଉପଧକ୍ଷା ମାନସ ରଞ୍ଜନ ବିଶ୍ୱାଳ, ବି ଡି ଓ ଶାନ୍ତନୁ କୁମାର ନାୟକ, ଏ ବି ଡି ଓ ସନ୍ତୋଷ ଡିଗାଲ, ସବିତା ସୁବୁଦ୍ଧି, କବିତା ରାଣୀ ବେହେରା ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *