#Breaking News

ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବ୍ୟାପି ବିକ୍ଷୋଭ ପ୍ରଦର୍ଶନ


ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)
କେନ୍ଦ୍ର ସରକାର ଙ୍କ ଦ୍ଵାରା ନିୟନ୍ତ୍ରିତ ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳ ର ମହିଳା,ଯୁବ, ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ କତୃପକ୍ଷଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସଦର ମହକୁମା ଗାନ୍ଧୀ ଛକ ଠାରେ ନଗର ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ସଭାରେ ଅନୁଷ୍ଠିତ ହୋଇଥିଲା।ନଗର ସଭାନେତ୍ରୀ ଶ୍ରୀମତୀ କଳ୍ପନା ମାଝୀ ଙ୍କ ପୈାରହିତ୍ୟ‌‌‌ ଅନୁଷ୍ଠିତ ସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ କେନ୍ଦ୍ର ସରକାର ପ୍ରଥମେ ଉଜ୍ବଳା ଯୋଜନା ମାଧ୍ୟମରେ ଘରେ ଘରେ ଗ୍ୟାସ୍ ଚୂଲି ସିଲେଣ୍ଡର ବିକ୍ରି କରି ଲାଭବାନ ହେଲେ। ଏବେ ପୁଣି ୩୫୦ ଟଙ୍କା ରୁ ଏକ ହଜାର ଟଙ୍କା କୁ ବୃଦ୍ଧି ପାଇଲାଣି। ଯାହାକି ଲୋକଙ୍କ ଚୁଳି ଜଳିବା କଷ୍ଟକର ହେଲାଣି ବୋଲି ଅଭିଯୋଗ କରି ପ୍ରତିବାଦ କରିଥିଲେ। ସଭା ରେ ପୂର୍ବତନ ବିଧାୟକ ସାଧୁ ନେପାକ, ପୂର୍ବତନ ନଗର ପାଳ ପ୍ରଶାନ୍ତ ବେହେରା, ବରଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁ ପଣ୍ଡା, ଶ୍ରୀବତ୍ସ ଛତର, ନଗର ସଭାପତି କିଶୋର ମିଶ୍ର,କମଲ ତାଣ୍ଡି, ବ୍ଲକ ସଭାପତି ପ୍ରଫୁଲ୍ଲ ନାଏକ,ବିଜୁ ଛାତ୍ର ଜନତା ଦଳର ସଭାପତି କରନ ସିକନ୍ଦର ପ୍ରମୁଖ ଉଦବୋଧନ ଦେଇଥିଲେ।


ସୋହେଲା ଠାରେ ମଧ୍ୟ ବିଜୁ ଜନତା ଦଳ ର ମହିଳା ଯୁବ ଛାତ୍ର ସଂଗଠନ ର କର୍ମୀ ମାନେ ସ୍ଥାନୀୟ ଦୁର୍ଗା ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ପରେ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵ ଜିତ କରଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେହିଭଳି ପଦ୍ମପୁର ରେ ମଧ୍ୟ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର କର୍ମକର୍ତ୍ତା ମାନେ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave a comment

Your email address will not be published. Required fields are marked *