ଫସଲ ବଞ୍ଚାଇବା ଲାଗି କନ୍ଧମାଳ ଚାଷୀ କରୁଛି ସଂଘର୍ଷ

Udaya_Labanya | December 4, 2021 | 25 views |1 | Breaking News


ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)
କ୍ଷେତରେ ପାଚିଲା ଧାନ ।କିଛି ଦିନ ତଳେ ହୋଇଥିବା ବର୍ଷା ରେ କ୍ଷେତରେ ପାଣି ଜମି ରହିଛି । ଧାନ ବିଲ ବର୍ଷା ପାଣିରେ ବୁଡି ରହିଥିବାରୁ ଅମଳ ଧାନରୁ ଗଜା ବାହାରିଯାଇଥିଲା। ପୁଣି ବାତ୍ୟ ଆସୁଥିବା ଜାଣି ପିଲାରୁ ବୁଢ। ସମସ୍ତେ ଲାଗିଛନ୍ତି ଫସଲ ସାଉଁଟିବାରେ। ଗୋଟିଏ ପଟେ ପ୍ରକୃତି ଦାଉ
ସାଧୁଥିବା ବେଳେ ଶ୍ରମିକ ସମସ୍ୟା ଯୋଗୁଁ ତୁରନ୍ତ ଅମଳ ହୋଇପାରୁନି । ଏ ଦୃଶ୍ୟ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳର । ଆଜି ସକାଳୁ ପାଗ ମଧ୍ୟ ମେଘୁଆ ରହିଛି । ଫଳରେ ଭୋକ ଶୋଷ ଭୁଲି ମୁଣ୍ଡ ଝାଳ ତୁଣ୍ଡରେ ମାରି କରିଥିବା ଫସଲ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଦେଖିବା କୁ ମି
ଳିଛି ।
ଘରେ ଯାଗା ନ ଥିବାରୁ ପିଚୁରାସ୍ତା ଉପରେ ଧାନଗଦାକରି ଜରିପାଲଘୋଡାଇ ରଖିଛିଧାନ । କିଛି ଧାନ ଅମଳ ଯୋଗ୍ୟ ହୋଇଥିବାବେଳେ ଆଉ କିଛି କଞ୍ଚା ଧାନକୁ କାଟି ନେଉଛି ଚାଷୀ। ଚାଷୀମାନଙ୍କ ଆଖିରୁ ନିଦ ହଜାଇ ନେଇଛି । ସମ୍ଭାବ୍ୟ ବାତ୍ୟ ।
କେତେ ବେଳେ ଗଜା ମରୁଡି ତ କେତେବେଳେ ଲଗାଣ ବର୍ଷାରେ ଫସଲ ନଷ୍ଟ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଯେମିତି ପିଛା ଛାଡୁନି ଚାଷୀଙ୍କର । ସୁନାର ଫସଲକୁ ଉଜାଡି ଦେବନି ତ ବାତ୍ୟା ଜନିତ ଲଗାଣ ବର୍ଷା।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories