#Breaking News

ବିଶ୍ୱ ଶାନ୍ତି ଏବଂ ୟୁକ୍ରେନ ରେ ଫସିଥିବା ଭାରତୀୟ ମାନଙ୍କ ମଙ୍ଗଳ କାମନା କରି ଦୀପ ଦାନ ଏବଂ ସାମୁହିକ ପ୍ରାର୍ଥନା

ବିଶ୍ୱ କୁ ଥରେଇ ଦେଲା ଭଳି ରୁଷ ୟୁକ୍ରେନ ଯୁଦ୍ଧ ପ୍ରତି ଟି ମୁହୂର୍ତ୍ତ ରେ ଭୟଙ୍କର ଠୁଁ ଅଧିକ ଭୟଙ୍କର ହେବରେ ଲାଗିଛି |ପ୍ରାୟ 9 ଦିନ ଧରି ଚାଲିଥିବା ଉକ୍ତ ଯୁଦ୍ଧ ରେ ଉଭୟ ଦେଶ ର ହଜାର ହଜାର ସୈନିକ ଏବଂ ଶହ ଶହ ନିରୀହ ଜନତା ମୃତ୍ୟୁ ବରଣ କରିସାରିଲେଣି ଏବଂ ଆରବ ଆରବ କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହେଇ ସାରିଲାଣି |ଯେ କୌଣସି ମୁହୂର୍ତ୍ତ ରେ ଏହି ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ର ରୁପ ନେଇପାରେ |
ଉକ୍ତ ଅବାଂଛିତ ଯୁଦ୍ଧ ସମୟ ରେ ୟୁ କ୍ରେନ ରେ ଫସିରହିଛନ୍ତି ହଜାର ହଜାର ଭାରତୀୟ |ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଛାତ୍ର ଛାତ୍ରୀ |କୋଡିଏ ହଜାର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର 6500 ଜଣ ଉଦ୍ଧାର ହୋଇଛନ୍ତି ଅନେକ ଛାତ୍ର ଛାତ୍ରୀ ୟୁକ୍ରେନ ର ରାଜଧାନୀ କ୍ଵିଭ ରେ ଫସିଥିବା ବେଳେ ସେମାନେ ବହୁ ବିପଦ ଜନକ ଅବସ୍ଥା ରେ ଜୀବନ ପାଇଁ ସଂଗ୍ରାମ ରତ |
ଏଭଳି ଯୁଦ୍ଧ ର ଅବସାନ, ବିଶ୍ୱ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ଯୁଦ୍ଧ ଅଞ୍ଚଳ ରେ ସଙ୍କଟ ରେ ଥିବା ଭାରତୀୟ ମାନଙ୍କ ମଙ୍ଗଳ କାମନା କରି ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଦସ୍ୟ ମାନେ ଆଜି.ତା 04.03.2022 ସନ୍ଧ୍ୟା ସମୟରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ସମୂହ ଦୀପ ଦାନ କରିବା ସହ ସମ୍ମିଳିତ ପ୍ରାର୍ଥନା କରିଥିଲେ |
ଉକ୍ତ କାର୍ଯ୍ୟକ୍ରମ ରେ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ଉପସଭାପତି ନିମେଇ ଚରଣ ସାହୁ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ, ରାମଚନ୍ଦ୍ର ଦେବତା, ଭୋଜରାଜ ସାହୁ, ସୁଶୀଲ କୁମାର ନନ୍ଦ,ବିନୋଦ ମଲ୍ଲିକ, ନଜରୁଲ ଇସଲାମ ଏବଂ ଫୋରମ ର ଉପଦେଷ୍ଟା ଶ୍ରୀ ଯୁକ୍ତ ଦୀପକ ପ୍ରସାଦ ପଟ୍ଟନାୟକ ଓ ଟଙ୍କଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *