#Breaking News

ପ୍ରଚାର ରେ ବିଜେପି ଫୁଲବାଣୀରେ ପଛୁଆ ଜିଉ ଦୟଗିରିରେ ଆଗୁଆ


ଫୁଲବାଣୀ(ସୁନୀଲ ପଟନାୟକ ) ବିଜେପି ଦଳ ଫୁଲ ବାଣୀରେ କାହ।କୁପ୍ରାର୍ଥୀ କରିବବୋଲି ଚିନ୍ତା କରିକରି ଶେଷରେ ବହୁ ବିଳମ୍ବରେ ଆଜି ବୁଧବାର ଯାଞ୍ଚ ବେଳେ ଉପଆଜ଼ିଲ୍ଲାପାଳ ଙ୍କ ଟିକେଟ ଦାଖଲ କରିଛି। ବହୁ ବାଦବିବାଦ ପରେ ଦଳ ଜିଲା ବିଜେପି ମହିଳା ସଭାନେତ୍ରୀ ସ୍ମିତା ମହାନ୍ତିଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିଛି । ବିଜେପି ଦଳୀୟଅଧ୍ୟକ୍ଷ ଟିକେଟ ପାଇଁ ତିନି ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l
ହେଲେ ଫୁଲ ବାଣୀରେ ବିଜେପି ପ୍ରଚାର ଆରମ୍ଭ କରି ନ ଥିବାବେଳେ ଜି.ଉଦୟଗିରିରେ ବିଜେପି ଅଧ୍ୟକ୍ଷାପ୍ରାର୍ଥୀ ସୁସ୍ମିତା ଜେନା କିନ୍ତୁ କର୍ମୀଙ୍କୁ ସାଥିରେ ନେଇ ଯୋର ଦାର ପ୍ରଚାର ଚଳାଇଛି ।
କର୍ମୀମାନେ ମଧ୍ୟ ଏକ ଯୁଟ ହୋଇ ଯୋଶର ସହ ଘର ଘର ବୁଲି ସୁସ୍ମିତାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କୁ ନେଇ ସୁସ୍ମିତା ବୈଠକମାନ ମଧ୍ୟ କରୁଛନ୍ତି ।
ଏପରି ସ୍ଥଳେ ଜିଉଦୟଗିରି ରେ ବିଜେପି ପ୍ରଚାରରେ ଢେର ଆଗୁଆ ଥିବା ଦେଖାଯାଉଛି । ବିଜେଡିର ଭ।ନୁପ୍ରଭା ମିଶ୍ର ମଧ୍ୟ ପ୍ରଚ।ର ଆରମ୍ଭ କରିଛନ୍ତି । ତେବେ ବିଜେଡିର ପୂର୍ବତନ ନଗରପାଳ ତଥା ସାଧାରଣ ସଂପାଦକ ପି. ସଂଜିବପାତ୍ରଙ୍କ ପତ୍ନୀ ମିତାରାଣୀ ସ୍ଵାଧୀନ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରି ଲଢିବେ ବୋଲି ଜିଦ୍‌ ଧରିଥିବାରୁ ବିଜେଡି ତାଙ୍କୁ ପ୍ରତ୍ୟାହାର କରିବାକୁ ମନାଇବା ଆରମ୍ଭ କରିଛି । ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢିଲେ ବିଜେଡିର ଅତିକମରେ ହଜାରେ ରୁ ଉର୍ଦ୍ଧ୍ଵ ଭୋଟ ନେବା ସମ୍ଭାବନା ରହିଛି ।
ସେ ନଗରପାଳ ଥିବା ବେଳେ ସହରର ପ୍ରତି ୱ।ର୍ଡରେ ବହୁ ଉନ୍ନୟନ୍ନ ମୂଳକ କାର୍ଯ୍ୟକରିଥିଲେ। ଫଳରେ ସହରରେ ତାଙ୍କର
ଭଲ ସଂଗଠନ ମଧ୍ୟ ରହିଛି ।
ତାଙ୍କ ବିରୁଦ୍ଧରେ କିଛି କର୍ମୀ ତାଙ୍କର ମିଥ୍ୟା ଓଡ଼ିଅ ଭାଇରାଲ କରି ଦଳୀୟ ଟିକେଟ କାଟି ବା ଲାଗି ଚକ୍ରାନ୍ତ କରିଥିବାରୁ ସେ ପୁରା ଖପପା। ତାଙ୍କ ସମର୍ଥକମାନେ କୁ ଆଡେ ଅନ୍ୟ ଦଳକୁ ସମର୍ଥନ କଲେଣି।
ଏପରି ହେଲେ ବିଜେଡି ପ୍ରାର୍ଥୀ ହାରିଯିବା ସମ୍ଭାବନା ଯଥେଷ୍ଟ ରହିଛି। ଆଉ ବିଜେପିକୁ ଏହା ବେଶ ସୁହାଇବ ବୋଲି ଚର୍ଚାଯୋର ହେଉଛି ।
ତେବେ ବିଜେଡି ନେତାମାନେ ଆସନୁଷ୍ଟ ବିଜେଡିନେତା ସଞ୍ଜିବ ପାତ୍ରଙ୍କୁ ମନାଇ ପ୍ରତ୍ୟାହାର କରିବାରେ କେତେ ଦୁର ସଫଳ ହେଉଛନ୍ତି ତାହା ୧୪ରେ ଜଣା ପଡିବ।
କଂଗ୍ରେସ ଦଳ ର ପ୍ରାର୍ଥୀ ମାନେ ପ୍ରଚ। ର ଆରମ୍ଭ କରିନାହାଁନ୍ତି ଏଯାଏ ।

Leave a comment

Your email address will not be published. Required fields are marked *