#Breaking News

ଓଡ଼ିଶା ରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଦସ୍ତଖତ ଅଭିଯାନ


ବରଗଡ଼(ଉଲାପ୍ର)୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ସାପ୍ତାହିକ ବଜାର ଠାରେ ଦସ୍ତଖତ ଅଭିଯାନ କରାଯାଇଛି । ବିଜୁଳି ଏକ ମୌଳିକ ଅଧିକାର ହୋଇଥିବାରୁ ବହୁ ଲୋକ ଏହି ଦସ୍ତଖତ ଅଭିଯାନ ରେ ସହଯୋଗ କରିଥିବା ଜିଲ୍ଲା ଆବାହକ ଭବାନୀ ସାହୁ ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ବାରମ୍ବାର ଅଘୋଷିତ ପାୱାର କଟ୍ ଓ ବିଜୁଳି ଦର ବୃଦ୍ଧି ସହ ଏରିଅର କଲେକ୍ସନ ଏବେ ଜନ ସାଧାରଣଙ୍କୁ ଅତିଷ୍ଟ କରିଛି । ଏହି ଦସ୍ତଖତ ଅଭିଯାନ ରେ ପାଖାପାଖି ପାଞ୍ଚଶହ ଜଣ ସମର୍ଥନ କରିଥିଲେ । ଅତାବିରା ବ୍ଲକ ସଂଯୋଜକ ଜୟକିଶନ ଛୁରିଆ, ଯଦୁମଣି ପଧାନ ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *