#Breaking News

ଯୁବ ଶିକ୍ଷକଙ୍କୁ ” ପ୍ରକୃତି ବନ୍ଧୁ ପୁରସ୍କାର


ଫୁଲବାଣୀ(ସୁନୀଲ ପଟନାୟକ )
ସାମାଜିକ କର୍ମୀ, ଶିକ୍ଷକ ତଥା ପରିବେଶପ୍ରେମୀ ବିପିନ୍ ବିହାରୀ ସାହୁଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ” ପ୍ରକୃତି ବନ୍ଧୁ ” ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଫୁଲବାଣୀ ବନଖଣ୍ଡ ସଭାଗୃହରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା , ସମ୍ମାନିତ ଅତିଥି ଡିଏଫଓ କେନ୍ଦୁପତ୍ର ପତିତପାବନ ପରିଡା ଓ ଡି ଆର ଡି ଏ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ ପ୍ରମୂଖ ମାନପତ୍ର, ଉପଢୌକନ ସହ ଦଶହଜାର ଟଙ୍କାର ଚେକ୍ ପ୍ରଦାନ କରି ଶ୍ରୀ ସାହୁଙ୍କୁ ସମ୍ମାନିତ କରିଛନ୍ତି ।

ବୃକ୍ଷରୋପଣ, ପୋଡ଼ୁଚାଷ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କୁ ସଚେତନ କରାଉଥିବା ଶ୍ରୀ ସାହୁ ଏକାଧାରାରେ ଜଣେ ଛାତ୍ର ବତ୍ସଳ ଶିକ୍ଷକ, ପରିବେଶବିତ୍ ଓ ସକରାତ୍ମକ ଭାବନା ନେଇ କାମ କରୁଥିବା ଯୁବ ସଂଗଠକ ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଯୁବ ପୁରସ୍କାର, ରାଜ୍ୟ ରାଜୀବ ଗାନ୍ଧୀ ଫାଉଣ୍ଡେସନ ତରଫରୁ ଶ୍ରେଷ୍ଠ NSS ସ୍ୱେଚ୍ଛାସେବୀ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀ ତରଫରୁ ଶ୍ରେଷ୍ଠ ରେଡ଼କ୍ରସ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ ହୋଇଛନ୍ତି l

Leave a comment

Your email address will not be published. Required fields are marked *