#Breaking News

ପାଗଳ କୁକୁର କାମୁଡ଼ାରେ ୪ ଆହତ : ଭୟର ଲହରୀ


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା କରିବାକୁ ଯାଉଥିବା ବେଳେ ସମୟରେ ହଠାତ୍‌ ପାଗଳ କୁକୁର ଆସି ମିରୋଜ କୁମାର ସିଂଙ୍କୁ କାମୁଡ଼ି ଦେଇଥିଲା । ପରେ ତାଙ୍କୁ କୋଟଗଡ ଚିକିତ୍ସାଳୟକୁ ପରିବାର ଲକେ ନେଇଥିଲେ । ଗୁରୁତର ଆହତ ହୋଇଥିବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କୁକୁର କାମୁଡ଼ିଥିବା ଅନ୍ୟ ୪ଜଣ ହେଲେ ଟାଙ୍କି ସାହିର ଅର୍ଜୁନ ସାହୁଙ୍କ ପୁଅ ରାଜେଶ କୁମାର ସାହୁ, ହାଟପଦା ଗ୍ରାମର ତୁଣ୍ଡୁଡା ନାୟକ, ଝରିଆପଦାର ସନ୍ତୋଷ ମହାନ୍ତି ଓ ମଦାଙ୍ଗି ଗ୍ରାମର ଜଣେ ବ୍ୟକ୍ତି । କୋଟଗଡ ବଜାର, ବ୍ଲକ ହାଟ କାମକୁ ଯିବାକୁ ଲୋକେ ଭୟଭୀତ ହେଉଛନ୍ତି । ତାଟି କବାଟ ବନ୍ଦ କରି ରହୁଛନ୍ତି । ଘରୁ କେହି ବାହାରକୁ ବାହାରିବାକୁ ଭୟ ବିତ ହେଇଛନ୍ତି । ପାଗଳ କୁକୁର ଆତଙ୍କରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଛି ।ଏଥି ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି l

Leave a comment

Your email address will not be published. Required fields are marked *