#Breaking News

ବାଲିଗୁଡା ତହସିଲ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ପ୍ରଦାନ,


ଫୁଲବାଣୀ (ସୁନୀଲ ପଟନାୟକ )
ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର ବାଲି ଗୁଡା ବ୍ଲକ ଅଂଚଳ ରେ ଅନେକ ଲୋକଙ୍କ କଚା ଘର ଭୁଷୁଳିପଡିଛି l ଫଳରେ ଲୋକେ ବେସାହାରା ହୋଇପଡିଛନ୍ତି l
ସେହିପରି ଆଗକୁଦୁଇଦିନ ମଧ୍ୟରେ ପୁଣି ବର୍ଷା ହେବା ଶୁଣି ଲୋକେ ଭୟଭୀତ ହୋଇପଡିଛନ୍ତି l
ଫଳରେ ଗରିବ କ୍ଷତି ଗ୍ରସ୍ତ ଲୋକମାନେ ପାଲ ଖଣ୍ଡିଏ ପାଈଁ ତହସିଲ କାର୍ଯ୍ୟାଳୟରେ ବସି ରହିଛନ୍ତି l
ଅନ୍ତତଃ ତହସିଲଦାର ବାବୁ ପାଲଖଣ୍ଡିଏ ଯୋଗାଇଦେଲେ ପିଲାଛୁଆଙ୍କୁ ନେଇ ମୁଣ୍ଡ ଗୁଞ୍ଜିବୁ ବୋଲି କହିଛନ୍ତି ବନ୍ୟା କ୍ଷତିଗ୍ରସ୍ତ ଲୋକେ l
ତହସିଲଦାର ତଥା ବିଡ଼ିଓ ସଶାଙ୍କ ଶେଖର ପାତ୍ର ମଧ୍ୟ ଯଥାସମ୍ଭବ ଲୋକଙ୍କୁ ପାଲ ଯୋଗାଇଦେଉଛନ୍ତି l
ତହସିଲଦାର ପାତ୍ର ବ୍ଲକ ଅଂନ୍ତର୍ଗତ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ପରିବାର ଙ୍କୁ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l
ଗତ ଦୁଇଦିନ ଧରି ବିଭାଗ ପକ୍ଷରୁ ମାଗଣାରେପାଲପ୍ରଦାନକରାଯାଉଥିବା କହିଛନ୍ତି l
ବିଡ଼ିଓ ତଥା ତହସିଲଦାର ଶଶାଙ୍କ କୁମାର ପାତ୍ର ଙ୍କ ଵ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା ବେଶ ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି l
ତେବେ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ନୀତିନିୟମ ପ୍ରକାରେ କ୍ଷତି ପୂରଣ ରାଶି ଯୋଗାଇଦିଆଯିବ ବୋଲି ବାଲିଗୁଡା ତହସିଲଦାର ପାତ୍ର କହିଛନ୍ତି l

Leave a comment

Your email address will not be published. Required fields are marked *