#Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ପରିବାର ଙ୍କ ଘର l ସହାୟତା ଦାବି


ଫୁଲବାଣୀ (ସୁନୀଲ ପଟନାୟକ )
ଗତ ସପ୍ତାହେ ଧରି ହୋଇଥିବା ଲଗାଣ ବର୍ଷା ରେ କନ୍ଧମାଳ ଜ଼ିଲ୍ଲା ରେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି l
ଚାଷ ଜମିରେ ବନ୍ୟା ପାଣି ପଶି ଏକର ଏକର ଜମିର ଧାନ ଚାଷ ନଷ୍ଟ ହୋଇଛି l କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ସଖିପଡା ବେହେରା ସାହିର ରାଜେନ୍ଦ୍ର ବେହେରା, ରାଧୁ ବେହେରା, ସୁଜିତ ବେହେରା, ଙ୍କ ଝାଟି ମାଟିର ଘର ଭାଙ୍ଗି ନଷ୍ଟ ହୋଇଛି ଫଳରେ ପର ଦୁଆରେ ଆଶ୍ରୟ ନେଉଛନ୍ତିଏହି ତିନି ପରିବାର l ବର୍ତ୍ତମାନ ସୁଦ୍ଧା ତିନି ଜଣ ବିପନ୍ନ ଙ୍କ ପାଖକୁ ପ୍ରଶାସନ ପହଞ୍ଚି ନାହିଁ l ବିଭାଗୀୟ ଅଧିକାରୀ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବାସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ କୁ ନିବେଦନ କରିଛନ୍ତି କ୍ଷତି ଗ୍ରସ୍ତ ପରିବାର l

Leave a comment

Your email address will not be published. Required fields are marked *