#Breaking News

କାହା ସ୍ୱାର୍ଥ ରେ ‘ମହାପ୍ରୟାଣ’ ଗାଡି ବ୍ୟବସ୍ଥା : ମୃତଦେହ ନେବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ କୌଣସି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ନିଜ ଘରକୁ ନେବା ପାଇଁ ଶବବାହକ ଗାଡି ନଥିବା ଅଭିଯୋଗ ହୋଇଛି । ମୁଖ୍ୟ ଡାକ୍ତରଖାନା ମଧ୍ୟରେ ତିନୋଟି ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଗାଡି ରହିଛି । ସେଥି ମଧ୍ୟରୁ ଗୋଟିଏ ବହୁଦିନ ହେଲା ଅଚଳାବସ୍ଥାରେ ପଡ଼ିରହିଛି । ଅନ୍ୟ ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଦୁର୍ଘଟଣା ଜନିତ ଓ ଅନ୍ୟଟି ମହିଳାଙ୍କ ଜରୁରୀକାଳୀନ ସେବା ପାଇଁ ନିୟୋଜିତ ରହିଛି । କିନ୍ତୁ ରୋଗୀଙ୍କ ମୃତ୍ୟୁ ଘଟିଲେ, ଉକ୍ତ ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଖାଲି ଥିବା ଗୋଟିଏ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ପଡୁଛି । ଯାହାଫଳରେ ଶବ ନେବାପାଇଁ ପରିବାର ଲୋକେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଫୁଲବାଣୀ ପୌରପରିଷଦ ପକ୍ଷରୁ ଶବ ନେବାପାଇଁ ‘ମହାପ୍ରୟାଣ’ ନାମକ ଏକ ଗାଡିର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ମହାପ୍ରଣୟ ଗାଡିଟି ଗତ ୬ମାସ ତଳେ ଶବନେଇ ତୁମୁଡିବନ୍ଧରୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ସେହିଦିନ ଠାରୁ ପୌରପରିଷଦର ମହାପ୍ରୟାଣ ଗାଡି ଅଚଳ ଅବସ୍ଥାରେ ରହିଛି । ଦୀର୍ଘ ମାସ ଧରି ଗାଡିଟି ଅଚଳ ହୋଇ ପଡି ରହିଥିଲେ ମଧ୍ୟ ଜିଲାପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରପରିଷଦର କୌଣସି କର୍ମକର୍ତ୍ତା ପଦକ୍ଷେପ ଗ୍ରହଣ କରୁନଥିବାରୁ ଜନ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଧିକାରୀ ପୌରପରିଷଦର ନିର୍ବାହି ଅଧିକାରୀ । ତୁରନ୍ତ ଶବ ବାହକ ଗାଡିକୁ ସଚଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a comment

Your email address will not be published. Required fields are marked *