#Breaking News

୬ ହଜାର ପ୍ରତିଯୋଗୀ ମଧ୍ୟରୁ ବୈଭବ ଏସିଆ ମହାଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କଲେ

ଭୁବନେଶ୍ୱର (ଉଳାପ୍ର )ୟୁଏନ୍ଇପି ଏବଂ ୟୁନେସ୍କୋ ଆନୁକୁଲ୍ୟରେ ଏସିଆ ପ୍ୟାସିଫିକ ରିଜିଓନାଲ ଓଜ଼ନ୍୨କ୍ଲାଇମେଟ୍ ଆର୍ଟ ପ୍ରତିଯୋଗିତା ମାର୍ଚ୍ଚ ମାସରେ ଆୟୋଜନ କରାଯାଇଥିଲା। ଏଥିରେ ୩୪ଟି ଦେଶର ୬୦୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ବିଭିନ୍ନ ଦେଶରୁ ୯୮ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଭାରତର ମିନିଷ୍ଟ୍ରି ଅଫ୍ ଏନଭାର୍ମେନ୍ଟ, ଫରେଷ୍ଟ & କ୍ଲାଇମେଟ୍ ଚେଞ୍ଜ ଦ୍ୱାରା ୟୁଥ୍ ଗ୍ରାଫିକ୍ ଡିଜାଇନ୍ ବିଭାଗ ରେ ଚୟନ କରାଯାଇଥିବା ସେନ୍ଟ ଜାଭିୟର୍ସ ହାଇ ସ୍କୁଲ, ଖଣ୍ଡଗିରି ର ବୈଭବ ମହାରଣା ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ବିଶ୍ଵ ଓଜ଼ନ୍ ଦିବସ ରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

Leave a comment

Your email address will not be published. Required fields are marked *