#Breaking News

ସାହିତ୍ୟିକ ରାଧାମୋହନ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ


ଫୁଲବାଣୀ(ସୁନୀଲ ପଟନାୟକ )
ଅବସରପ୍ରାପ୍ତ ଏସ. ଏମ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଯୋଗଗୁରୁ ପ୍ରଫେସର ରାଧାମୋହନ ମିଶ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଫୁଲବାଣୀ ସ୍ଥିତ ଜଗନାଥ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଥିଲା lଆର୍ଟ ଅଫ ଲିଭିଂଗ ର ସଂଗଠକ ଅବନୀ କହଁର ଙ୍କ ସଭାପତିତ୍ୱ ରେ ଶ୍ରଦ୍ଧାଞ୍ଜଳି ସଭାଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l
ଅନ୍ୟମାନଂକ ମଧ୍ୟରେ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥମିଶ୍ର,ଆଇନଜୀବୀ ରମେଶ ମହାନ୍ତି, ରୋ ଟା ରି ସଦସ୍ୟପ୍ରସନ୍ନ ପଣ୍ଡା, ବନ ବିହାରୀ ନନ୍ଦ, ସମ୍ବାଦ ସାହିତ୍ୟଘର ସଂପାଦକ କୈଳାଶ ଧଳ, ନିପୀଡିତ ର ପ୍ରମୋଦ ନାୟକ,ଫିରିଙ୍ଗିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ ରଞ୍ଜନ ମିଶ୍ର, ଓ ଆର୍ଟ ଅଫ ଲିଭିଂଗ ର ସମସ୍ତସଦସ୍ୟ ସଦସ୍ୟା ଉପସ୍ଥିତ ରହି ସ୍ବର୍ଗତ ରାଧାମୋହନ ଙ୍କ ସ୍ମୃତିଚାରଣ କରିଥିଲେ l ସ୍ବର୍ଗତ ରାଧାମୋହନ ଜଣେ ଏକାଧାରରେ ଶିକ୍ଷାବିତ, ସାହିତ୍ୟିକ, ସମାଜସେବୀ ତଥା ଯୋଗଗୁରୁ ରହି ସମସ୍ତଙ୍କ ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ l
ପ୍ରସନ୍ନ ପଣ୍ଡା ଧନ୍ୟ ବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *