#Breaking News

ବିପୁଳ ସଂଖ୍ୟାରେ ବଜ୍ରକାପ୍ତାକାତି ଜବତ , ଚାରି ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର ଫୁଲବାଣୀ ବନ ବିଭାଗ ରେଞ୍ଜ କର୍ମଚାରୀ ବଜ୍ରକାପ୍ତା କାତି ଚୋରା ଚାଲାଣ କରିବା ଲାଗି ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ସମ୍ପୃକ୍ତ ଘର ଉପରେ ଚଢ଼ଉକରି ବିପୁଳ ପରିମାଣର ବିରଳ ବଜ୍ରକାପ୍ତା କାତି ଉଦ୍ଧାର କରିବା ସହ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ଫୁଲବାଣୀ ଡ଼ି ଏଫ ଓ ପ୍ରଶାନ୍ତ ପଟେଲ କହିଛନ୍ତି lପ୍ରାୟ ୨ କେଜି ୫ ୬ ୬ ଗ୍ରାମ ଓଜନ ର ୫୬୫ ଗୋଟି କାତି ଜବତ କରାଯାଇଛି l
ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ଘୁଗୁଲlସାହିର ରାଧାକାନ୍ତ ବେହେରା,୫୫ବର୍ଷ ଓ
ରବୀନ୍ଦ୍ର ଗଣ୍ଡା,୭ 0ବର୍ଷ ବୌଦ୍ଧ ଜିଲ୍ଲା ଆଡ଼ି ନିଗଡ଼ ଅଂଚଳ ର ପ୍ରକାଶ ସାହୁ୩0ବର୍ଷ ଓ ବୌଦ୍ଧ ଜିଲ୍ଲା ମାଧପୁର ଅଂଚଳ ର ସୁଶାନ୍ତ କୁମାର ବେହେରା ୨୬ ବର୍ଷ ବୋଲି ଡ଼ି ଏଫ ଓ ପଟେ ଲ କହିଛନ୍ତିl
ଏ ସମ୍ପର୍କରେ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ୯୧ /୨୨ ରେ ମାମଲା ରୁଜୁ କରାଯାଇଥିବା କଥା ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତିl
ଚଢ଼ାଉ ବେଳେ ରେଞ୍ଜ ର ସେଠି ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ଡ଼ିଏଫ ଓ ତଥା ଯୁବ ଆଇଏଫ ଏସ ପ୍ରଶାନ୍ତ ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜ୍ଞାନ କୌଶଳ ରେ
କର୍ମଚାରୀ ମାନେ ଚଢ଼ାଉ କରି ବଜ୍ରକାପ୍ତା କାତି ଜବତକରିବାରେ ସଫଳ ହୋଇଥିଲେ l

Leave a comment

Your email address will not be published. Required fields are marked *