#Breaking News

ଟାଙ୍ଗୀ ବ୍ଲକ ମହିଷାଲଣ୍ଡା ପଞ୍ଚାୟତ ରେ ଦେଢ଼ଶହ ପାଇଖାନା ଖାଇଗଲେ କୁଜିନେତା ମାନେ, ଆର୍ଟିଆଇ ଯୋଗେ ମିଳିଲା ତଥ୍ୟ


ଟାଙ୍ଗୀ (ଉଲ୍ଲାପ୍ର )ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷା ଲଣ୍ଡା ପଞ୍ଚାୟତ ରେ ପାଇଖାନା ଖାଇ ଯାଇଛନ୍ତି କୁଜି ନେତାମାନେ, ଯାହାର ପ୍ରମାଣ ମିଳିଛି ଆର୍ଟିଆଇ ଯୋଗେ, ଏହି ପଞ୍ଚାୟତ ର ମହିଷାଲଣ୍ଡା ପଞ୍ଚାୟତରେ ଦେଢ଼ଶହ ଲୋକଙ୍କ ନାମରେ ପାଇଖାନା ନିର୍ମାଣ ନହୋଇ ପାଇଖାନାକୁ ଚଳୁ କରିଦେଇଛନ୍ତି କିଛି ଟାଉଟର ଓ କୁଜି ନେତାମାନେ, ଆର୍ଟିଆଇ ଯୋଗେ ତଥ୍ୟ ମିଳିବା ପରେ ସେହି ଲୋକମାନଙ୍କୁ ଯେତେବେଳେ ଯୋଗାଯୋଗ କରାଯାଇ ପଚରା ଗଲା ଲୋକେ କହିଲେ ଆମେ ପାଇଖାନା ଟଙ୍କା ପାଇ ନାହୁଁ, ଏହି ଘଟଣା ଜାଣିବା ପରେ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ନିଜ ସମର୍ଥକ ମାନଙ୍କୁ ନେଇ ଟାଙ୍ଗୀ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହିତ ଏକ ଦାବିପତ୍ର ଏବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି, ସାତଦିନ ମଧ୍ୟରେ ଯଦି ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଟାଙ୍ଗୀ ବ୍ଲକ ଘେରାଉ କରାଯିବ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ମାନେ,

Leave a comment

Your email address will not be published. Required fields are marked *