#Breaking News

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଜୋରିମାନା


ଫୁଲବାଣୀ (ସୁନୀଲ ପଟନାୟକ) ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁଅଧିକ ଦୁଇ ବର୍ଷ କାରାଦଣ୍ଡ ନିର୍ଦେଶ ଦେଇ ଛନ୍ତି।
ସୁଚନାଯୋଗ୍ୟ ଯେ, ତୃତୀୟ ଶ୍ରେଣୀ ପଢୁଥିବା ନାବାଳିକାଜଣକ ଗତ ୨୨.୦୯.୨୦୧୮ରିଖ ଦିନ ୨ଟା ବେଳେ ପଡ଼ିଆକୁ ଝାଡ଼ା ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ଚାପି ଧରି ଅପହରଣ କରି ନିକଟସ୍ଥ ଭାଲିଆତୋଟାକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ନାବାଳିକା ଯନ୍ତ୍ରଣାରେ ଚିତ୍କାର କରିବାରୁ ତା’ଛାତିକୁ କାମୁଡି,ବେକଚିପି ମାରି ସେଠାରେ ପକାଇ ଦେଇଥିଲା।
ପ୍ରକାଶ ଥାଉକି ନାବାଳିକା ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମର ଲୋକମାନେ ମିଶି ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରି ନ ପାଇବାରୁ ନାବାଳିକାର ପିତା କୋଟଗଡ଼ ଥାନାରେ ନାବାଳିକା ନିଖୋଜ ରିପୋର୍ଟ ଦେଇଥିଲା ଏବଂ ଥାନାଧିକାରୀ କୋଟଗଡ଼ ଥାନା କେଶ୍ ନମ୍ବର ୪୩/୨୨ରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁ ଥିଲେ। ନାବାଳିକା ର ପିତା ଓ ଗ୍ରାମବାସୀ ଖୋଜି ଖୋଜି ନିକଟସ୍ଥ ଭାଲିଆତୋଟା ରେ ପହଞ୍ଚି,ଦେଖିଲେ ଯେ ଅଭିଯୁକ୍ତ କାଦରେ ସର ସର ହୋଇ ଭାଲିଆତୋଟା ଆଡୁ ଆସୁଥିଲା ଆଉ ପଚାରିବାରୁ ଟ୍ରାକ୍ଟର ଖରାପ ହେବାରୁ ମୁଁ ସେପଟୁ ଆସୁଛି କହି ଦଉଡି କି ପଳାଇଥିଲା l ତାପରେ ନାବାଳିକା ପିତା ଓ ଗ୍ରାମବାସୀ ମାନେ ଅଭିଯୁକ୍ତଗଗନ ଆସୁଥିବା ରାସ୍ତା ଦେଇ ଆଗକୁ ଯାଇ ଖୋଜିବାରୁ ନାବାଳିକାର ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ି ଥିବାର ଦେଖି ଥାନାକୁ ଖବର ଦେବାରୁ ପୋଲିସ ଟିମ୍ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ l ନାବାଳିକା ଓ ଗ୍ରାମବାସିଙ୍କଅଭିଯୋଗ ପ୍ରକାରେ ପୋଲିସ ଗଗନ କୁ ଗିରଫ କରି ଥିଲା ଆଜି ଏହି ମାମଲା ର ବିଚାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।
ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ପୋକସୋ କୋର୍ଟ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ l

Leave a comment

Your email address will not be published. Required fields are marked *