#Breaking News

ଜି. ଉଦୟ ଗିରୀ ବିଡ଼ିଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଡ଼ିଓ ଆଶିଷ ତ୍ରିପାଠୀ ଙ୍କ ବିରୁଦ୍ଧରେ
ଖୋଦ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଦୁର୍ନିତୀ, ପ୍ରିୟା ପ୍ରୀତି ତୋଷଣ, ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା, ମନମୁଖୀ କାରବାର ବିରୁଦ୍ଧରେ ମାଳ ମାଳ ଅଭିଯୋଗମାନ ଆଣି ତଦନ୍ତ ଦାବୀ କରିବା ସହ ଅନ୍ୟତ୍ର ବଦଳି ଦାବୀ କରିଥିଲେ ମଧ୍ୟ ସରକାର ଓ ପ୍ରଶାସନ ଚୁପ ବସିବା ନେଇ ସାଧାରଣ ରେ ଆଲୋଚନା ହେଉଛି l
ବିଡ଼ିଓ ତ୍ରିପାଠୀ ମଧ୍ୟ ମୋର ଉପରେ ହାତ ଅଛି, କିଏ କିଛି କରିପାରିବେନି ବୋଲି କାର୍ଯ୍ୟାଳୟ ରେ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l
ବିଭାଗ ରେ ଏଭଳି ବିବାଦ ଲାଗିରହିଥିବାରୁ ଉନ୍ନୟନ ମୂଳକ କାମ ମଧ୍ୟ ଧିମା ହୋଇଯାଇଛି l
ବ୍ଲକ ର କିଛି କର୍ମଚାରୀ ଭିତିରିଆ ଅଧ୍ୟକ୍ଷା ଙ୍କୁ ସମର୍ଥନ କରୁଥିବାବେଳେ ଆଉକିଛି ଚାକିରୀ ଭୟରେ ବିଡ଼ିଓ ଆଶିଷ ଙ୍କ ଆଶିଷ ଲାଭ କରିବା ପାଇଁ ସମର୍ଥନ କରୁଥିବା ନେଇ ଚର୍ଚା ହେଉଛି l
ତେବେ କିଛି ଯନ୍ତ୍ରୀ ମଧ୍ୟ ବାବୁଙ୍କ କାର୍ଯ୍ୟ କଳାପ କୁ ନା ପସନ୍ଦ କରୁଥିବା ଜଣାପଡିଛି l
ଜିଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଧାୟକ, ମନ୍ତ୍ରୀ ଏଥିପ୍ରତି ଦ୍ରୁଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ l

Leave a comment

Your email address will not be published. Required fields are marked *