#Breaking News

କନ୍ଧମାଳ ମହୋତ୍ସବ ୨ 0୨ ୩ ଉଦଯାପିତ ନାଚ ଗୀତ ରେ ଝୁମିଲେ ଦର୍ଶକ


ଫୁଲବାଣୀ (କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ର ଷ୍ଟାଡିୟମ ପରିସରରେ୫ ଦିନ ବ୍ୟାପୀ ଚାଲିଥିବା କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରବିବାର ଉଦଯାପିତ ହୋଇଛି l
ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ପ୍ରକାରଖେଳନା ସାମଗ୍ରି, ଘର କରଣା, ବନ୍ୟ ଜାତ ଦ୍ରଵ୍ୟ, ଆଚାର ପାମ୍ପଡ଼, ବଢ଼ି, ଓ କୃଷି ଯନ୍ତ୍ରପାତି ଆଦି ର ଷ୍ଟଲ ମାନ ଖୋଲିଥିଲା l
ସମସ୍ତ ଜିନିଷ ଶସ୍ତା ରେ ମିଳୁ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା କିଣିବାପାଇଁ l
ମେଳାରେ ଭଲ ବିକ୍ରୀ ବଟା ମଧ୍ୟ ହୋଇଥିବା କହିଥିଲେ ଵ୍ୟଵସାୟୀ ମାନେ l

ଫଳରେ ଶୀତୁଆ ସନ୍ଧ୍ୟା ରେ ମହୋତ୍ସବ ବୁଲି ବେଶ କିଣାକିଣି କରିଥିଲେ ଦର୍ଶକ l ତା ସାଙ୍ଗକୁମେଳାରେ ଖୋଲିଥିବା ବିଭିନ୍ନ ପ୍ରକାର ଚଟପଟl ଖାଦ୍ୟ ର ମଧ୍ୟ ମଜା ଉଠାଇଥିଲେ ସମସ୍ତେ l
ଗୁପ ଚୁପ, ଚାଟ ଠୁ ଆରମ୍ଭ କରି ସୁପ, ପକୋଡା, ରୋଲ, ବିରିୟାନୀ ଆଦି ର ଚାଳିଶ ରୁ ଉର୍ଦ୍ଧ ଫାଷ୍ଟ ଫୂଡ଼ ଷ୍ଟଲ ମାନ ଖୋଲିଥିଲା l
ପ୍ରତିଦିନ ଜିଲ୍ଲା, ରାଜ୍ୟ ଓ ରାଜ୍ୟବାହାର କଳାକାର ମାନେ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ l
ପ୍ରଶାସନ ପକ୍ଷରୁ ବେଶ ସୁନ୍ଦର ଆକର୍ଷଣୀୟ ଓ ଶାନ୍ତି ଶୃଙ୍ଖଳା ଭାବେ
ମେଳା ଆୟୋଜନ କରାଯାଇଥିଲା l
ପୋଲିସ ପକ୍ଷରୁ ଟ୍ରାଫିକ ଓ ପାର୍କିଙ୍ଗ ବ୍ୟବସ୍ଥା ମଧ୍ୟ ସୁଚାରୁରୂପେ ସମ୍ପାଦନ ହୋଇଥିଲା lସମସ୍ତ ଙ୍କ ପାଇଁ ମାଗଣା ବସ ସେବା ବ୍ୟବସ୍ଥା ପ୍ରଶାସନ କରିଥିବାରୁ ଲୋକେ ସୁବିଧାରେ ଯା ଆସ କରିଥିଲେ l
ଫଳରେ ସ୍ଥାନୀୟ ଜନସାଧାରଣ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲାପରିଷଦ ବିଶ୍ୱରଂଜନ ନାୟକ, ଓ ଜିଲ୍ଲା ପ୍ରଶାସନର ସମସ୍ତ ପଦାଧିକାରୀ ଓ ପୋଲିସ ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି l
ଆଉ ଏଭଳି ଏକ ସୁନ୍ଦର, ମନଲୋଭା କାର୍ଯ୍ୟକ୍ରମକୁ ଉପଭୋଗ କରିବା ଲାଗି ପୁଣି ବର୍ଷେ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *