ପଟ୍ଟା ଜମିରେ ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ ଅଭିଯୋଗ ,କ୍ଷତି ପୂରଣ ଦାବି

Udaya_Labanya | October 27, 2021 | 38 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ବ୍ଲକ ଅନ୍ତର୍ଗତ ରାମାଡି ଗ୍ରାମରେ ଲୋକଙ୍କର ପଟl ଜମିରେ ପ୍ରଶାସନ କୁଆଡେ ଜୋର ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ କରି ଥିବା ଅଭିଯୋଗ ହୋଇଛି. l ରାମା ଡ଼ି ଗ୍ରାମର ଅଭିମନ୍ୟୁ ନାଗ ସମେତ ଚାରି ଜଣକର ପଟା ଜମି ଉପରେ ବନ୍ଧ ହୁଡ଼ା ଚାଲି ଯାଇଛି. ଫଳରେ ଧାନ ବିଲ ଗୁଡିକ କ୍ଷତି ଗ୍ରସ୍ତ ହେଇଛି.l ରାମଡି ଗ୍ରାମରେ ମହାତ୍ମାଗାନ୍ଧୀଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୁରୁଣା ବନ୍ଧ ରୁ ପଙ୍କ ଉଦ୍ଧାର ଓ ହୁଡ଼ା ନିର୍ମାଣ ପଂଚାୟତ ପକ୍ଷରୁ କରାଯାଇଥିଲା. l ନିର୍ମାଣ କାର୍ଯ୍ୟ ବେଳେ ସେଠାରେ ସରପଞ୍ଚ ବା କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନଥିଲେ. ତହସିଲ କାର୍ଯ୍ୟାଳୟ ରୁ ଜମିର ସୀମା ନିର୍ଧାରଣ କରାଯାଇ ମଧ୍ୟ କରାଯାଇ ନାହିଁ.l. ବନ୍ଧ ରୁ ପଙ୍କ ମଧ୍ୟ ସମ୍ପୂର୍ଣ ଭାବରେ ବାହାର କରଯାଇ ନଥିବା ଅଭିଯୋଗ ହେଇଛି.l ଜମି ମାଲିକ ମାନେ ବାରମ୍ବାର ବିଡ଼ିଓ ଓ ସରପଞ୍ଚ ଙ୍କୁ ଏ ସମ୍ପର୍କ ରେ ଅଭିଯୋଗ କରିଥଲେ ମଧ୍ୟ ପ୍ରଶାସନ ନିରବ ରହିଛି.l ପ୍ରଶାସନ ସମସ୍ୟା ସମାଧାନ ନ କଲେ ଜମି ମାଲିକ ମାନେ ଆଇନ ର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତିl
ଏଥି ପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ କ୍ଷତି ଗ୍ରସ୍ତ ଜମି ମାଲିକ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ରାଶି ଯୋଗାଇ ଦେବାକୁ ଦାବୀ ହେଉଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories