କନ୍ଧମାଳ ର ସାମ୍ବାଦିକଙ୍କୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସରେ ସମ୍ବର୍ଦ୍ଧନା

Udaya_Labanya | November 18, 2021 | 36 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବ ର ସଭାପତି ସୁନୀଲ କୁମାର ପଟନାୟକ ଙ୍କୁ ପିପିଲି ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସସରେ ସମ୍ବର୍ଦ୍ଧନା କରାଯାଇଛି!
କନ୍ଧମାଳରେ ଦୀର୍ଘ 35 ବର୍ଷଧରି
ସା ମ୍ବାଦିକତା କରିଆସୁଛନ୍ତି ସୁନୀଲ !କନ୍ଧମାଳର ବିଭିନ୍ନ ସମସ୍ୟା କୁ ଉପସ୍ଥାପନା କରିବା ସହ ଜିଲ୍ଲାର ଉନ୍ନତି ପାଇଁ, ଦୀର୍ଘ ଦିନଧରି ବସ ବାସ କରିଆସୁଥିବା ଲୋକ ଙ୍କର ପ୍ରଜାସ୍ୱତ୍ୱ ଅଧିକାର ପ୍ରାପ୍ତି ପାଇଁ ଦାବିକାରିଆସୁଛନ୍ତିl
ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି! ପିପିଲି ରେ ଆୟୋଜିତ ଜାତୀୟ ପ୍ରେସ ଦିବସରେ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଈ ସମ୍ମାନିତ କରାଯାଇଥିଲା!
ସେହିପରି କନ୍ଧମାଳର ଅନ୍ୟତମ କର୍ତବ୍ୟ ନିଷ୍ଠ ସାମ୍ବାଦିକ ତଥା ପିପୁଲସ ଫୋରମ ର ସଭାପତି ରାଧା ମୋହନ ମହାପାତ୍ର ଙ୍କୁ ସାମ୍ବାଦିକତା ଓ ସମାଜସେବା ପାଇଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା! ସମାଜ ସେବା ସଦୃଶ ସେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଙ୍କର ଥହିଥାନ ପାଇଁ ଏବଂ କନ୍ଧମାଳକୁ ରେଳ ସଂଯୋଗୀ କରଣ ପାଇଁ ଲଗାତର ତିନିଥର ଦିଲ୍ଲୀ ଯାଇ ରେଳ ମନ୍ତ୍ରାଳୟରେ ଦାବି ଉପସ୍ଥାପନ କ୍ରୀ ଛନ୍ତି!ଏହି ଉଲ୍ଲେଖନୀୟ ଅବଦାନ ପାଇଁ ରାଧା ମୋହନ ମହାପାତ୍ର ଙ୍କୁ ପିପିଲି ରେ ସମ୍ଭର୍ଦ୍ଧନାକରା ଯାଇଛି! କନ୍ଧମାଳ ର ବିଭିନ୍ନ ସାମ୍ବାଦିକସଂଗଠନ ର କର୍ମକର୍ତା ମାନେ ସୁନୀଲ ପଟନାୟକ ଓ ରାଧା ମୋହନ ମହାପାତ୍ର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି!

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories