ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ବଦଳି ପାଇଁ ସଂସ୍କୃତି ମନ୍ତ୍ରୀ, ସଚିବ ଓ଼ ନିର୍ଦେଶକ ଙ୍କୁ ଦାବୀ ପତ୍ର ପ୍ରଦାନ

Udaya_Labanya | September 8, 2022 | 25 views |0 | Breaking News

ଫୁଲବାଣୀ (ଉଲା ପ୍ର )
ଓଡ଼ିଆ ଭାଷା ଓ଼ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ବ୍ଲକ କଳା ସଂସ୍କୃତି ସଂଘ ଜ଼ିଲ୍ଲା କଳା ସଂସ୍କୃତି ସଂଘ ଓ଼ ସଂସ୍କୃତି ଅଧିକାରୀ ମାନଙ୍କୁ ନେଇ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଜ୍ଞାନ ଓ଼ ସଂସ୍କାର କାର୍ଯ୍ୟକ୍ରମ ରେ ଯୋଗଦେଇ କନ୍ଧମାଳ ଜ଼ିଲ୍ଲା ର ସମସ୍ତ ବ୍ଲକ କଳା ସଂସ୍କୃତି ସଙ୍ଘ ତରଫରୁ ଅତିରିକ୍ତ ଶାସନ ସଚିବ ମଧୁସୁଦନ ପାଢ଼ୀ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ ରାଜ୍ୟ ଉପ ସଭାପତି ଅବନୀ କୁମାର ମିଶ୍ର ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି l ସୂଚନାଯୋଗ୍ୟ ଯେ ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଜିଲ୍ଳା ର ସମସ୍ତ କଳାକାର ଏବଂ ସମସ୍ତ ଉପସଭାପତି ଙ୍କୁ ଅସଭ୍ୟ ଭାଷାରେ ଦୁର୍ବ୍ୟବହାର , ସହିତ ମଦ୍ୟପାନ କରି ଅସଭ୍ୟ ଆଚରଣ କରୁଥିବା ଅଭିଯୋଗ ହେଉଛି ଏଥି ସହିତ ଏନ ଜି ଓ ମାନଙ୍କୁ ଲାଭ ଆଶା ରେ ଭଗବତ ଟୁଙ୍ଗୀ ପାଇଁ କୌଣସି କାମ କରୁ ନାହାନ୍ତି ଏବଂ କଳାକାର ମାନଙ୍କୁ ତୁରନ୍ତଭତ୍ତା ପ୍ରଦାନ ରେ ଅହେତୁକ ବିଳମ୍ବ ଏହିଭଳି ଛଅ ଦଫାଦାବୀ ଏ ଯାଏଁ ପୂରଣ ହୋଇନାହିଁ ବୋଲି ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟଯେ ଛଅ ଦଫା ଦାବୀନେଇ ପୂର୍ବରୁ କଳାକାର ମାନେ କନ୍ଧମାଳ ଜ଼ିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟିଦାବୀ ଜଣାଇ ଥିଲେ l ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜ଼ିଲ୍ଲା ର ସମସ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର ଦାବି ପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦାବୀ ପତ୍ର ଦେଇଥିଲେ l ସମସ୍ତ ଉପ ସଭାପତି ମାନଙ୍କ ଉପସ୍ଥିତି ରେ ଦାବୀପତ୍ର ପ୍ରଦାନ କରାଯାଇଥିଲା l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories