ବିଜୁ ଜନତା ଦଳ ତରଫରୁ ଗଣେଶ ପୂଜା କମିଟି କୁ ଆର୍ଥିକ ସହଯୋଗ

Udaya_Labanya | September 13, 2022 | 29 views |0 | Breaking News


ଫୁଲବାଣୀ(ଉଲାପ୍ର)
କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେନାରବାହଲ ଗଣେଶ ପୂଜା କମିଟି କୁ ଆର୍ଥିକ ସହଯୋଗ କଲେ ବ୍ଲକ ସଭପତି ପ୍ରମୋଦ କୁମାର ସାହୁ । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ଗଣେଶ ଙ୍କର ପୂଜା ଚଳିତ ବର୍ଷ ବେନାରବାହଲ କମିଟି ତରଫରୁ ବେଶ ଯାକ ଯକମରେ ପାଳନ ହୋଇଛି । ଏହି ଅବସରରେ ଗଣେଶ ପୂଜା କମିଟି ତୂମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଶ୍ରୀ ସାହୁ ତୁରନ୍ତ ତୂମୁଡିବନ୍ଧ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ ଙ୍କ ନିର୍ଦେଶ ଦେଇଥିଲେ ପୂଜା କମିଟି କୁ ସହଯୋଗ କରିବା ନିମନ୍ତେ । ତେବେ ଆଜି ତୂମୁଡିବନ୍ଧ ବିଜୁ ଜନତା ଦଳ ତରଫରୁ ସନ୍ତୋଷ ସାହୁ, ବେଳାରସନ ପରାସେଥ , ଆଶିଷ ବଡ଼ସେଥ , ରଞ୍ଜନ ପରାସେଥ, ଗନେଶ ବେହେର ଦଲାଇ , ଫିଲୁ ସାହୁ, ବରିଷ୍ଠ ନେତା ବଙ୍ଗାଳି ବଡ଼ସେଥ ବେନାରବାହଲ ଯାଇ କାଲି ମନ୍ଦିର ପ୍ରାଙ୍ଗଣରେ ପୂଜା କମିଟି ସହ ଆଲୋଚନା କରିଥିଲେ । ପୂଜା କମିଟି ସଭାପତି , ସମ୍ପାଦକ ଙ୍କ ଆଲୋଚନା ପ୍ରକାରେ ଆଗାମୀ ଦିନରେ ଏକ ସଭା ଗୃହ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ତେବେ ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଲ ବ୍ଲକ ସଭାପତି ଶ୍ରୀ ସାହୁ ଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏକ ସଭାଗୃହ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଭା ଶେଷରେ ଗଣେଶ ପୂଜା କମିଟି ତରଫରୁ ବିଜୁଜନତା ଦଳ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories