ସିଆରପିଏଫ କ୍ୟାମ୍ପରେ ଅଘଟଣ: ଜେନେରେଟର କରେଣ୍ଟ ଲାଗି ଜବାନଙ୍କ ମୃତ୍ୟୁ

Udaya_Labanya | May 8, 2023 | 16 views |0 | Breaking News , District


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ୍‌ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍‌ ସକ୍‌ ରେ ସୋମବାର ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜବାନ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ବାଲିଚାନ୍ଦପୁର ଥାନା ବଡ଼ ବାଲିକୁଦା ଅଞ୍ଚଳର ତୁଷାରକାନ୍ତି ଦାସ । ସୂଚନା ପ୍ରକାରେ ମାଓପ୍ରବଣ ଅଞ୍ଚଳ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ଗ୍ରାମରେ ରହିଥିବା ସିଆରପିଏଫ୍‌ ନୂତନ କ୍ୟାମ୍ପ ରେ ତୁଷାରକାନ୍ତି ମୁତୟନ ଥିବା ବେଳେ ଜେନେରେଟର ର ଇଲେକ୍ଟ୍ରି କାମ କରୁଥିବା ବେଳେ ଅସାବଧାନତା କାରଣରୁ ଇଲେକ୍ଟ୍ରିକ୍‌ ସକ୍‌ ରେ ଗୁରୁତର ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଖବରପାଇ ବିଭାଗୀୟ ଉପରିସ୍ଥ ଅଧିକାରୀ ଓ ସହକାରୀ ତୁଷାରକାନ୍ତିଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନାରେ ଡାକ୍ତର ତୁଷାରକାନ୍ତିଙ୍କୁ ମୃତ ଘୋଷଣା କରିଥିବା ସିଆରପିଏଫ୍‌ ପକ୍ଷରୁ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ କମାଣ୍ଡାଣ୍ଟଙ୍କ ଆନନ୍ଦ ଝା ସମେତ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ମୃତ ଜବାନଙ୍କ ମର ଶରୀରକୁ ତାଙ୍କ ଗାଁ କୁ ପଠାଇଥିବା ଜଣାପଡ଼ିଛି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories