କନ୍ଧମାଳକୁ ରେଳ ସଂଯୋଗ ନେଇ ଦାବି ଦୋହରାଇଲେ ସାଂସଦ ଅଚ୍ୟୁତ ସାମନ୍ତ

Udaya_Labanya | December 15, 2021 | 70 views |0 | Breaking News


ଫୁଲବାଣୀ (:ସୁନୀଲ ପଟନାୟକ ) କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି। ଆଜି ସକାଳେ ଶ୍ରୀ ସାମନ୍ତ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସୌଜନମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ କନ୍ଧମାଳ ଜିଲ୍ଲାର ୧୦୯୪ ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ ପଦକ୍ଷେପ ନେଇଥିବାରୁ ଶ୍ରୀ ସାମନ୍ତ ଶ୍ରୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ତାଙ୍କୁ କନ୍ଧମାଳ ଜିଲ୍ଲାକୁ ରେଳ ଯୋଗଯୋଗ ନେଇ ପଦକ୍ଷେପ ନେବାକୁ ପୂର୍ବରୁ କରିଥିବା ଅନୁରୋଧ ସମ୍ପର୍କରେ ମନେ ପକାଇ ଦେଇଥିଲେ। ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। ସୂଚନାଯୋଗ୍ୟ, ଶ୍ରୀ ସାମନ୍ତ କନ୍ଧମାଳ ସାଂସଦ ହେବା ଦିନଠାରୁ କନ୍ଧମାଳକୁ ରେଳ ସଂଯୋଗ ନେଇ ତାଙ୍କର ପ୍ରୟାସ ଜାରି ରଖିଆସିଛନ୍ତି ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories