#Exclusive #Breaking News #Headlines #Lifestyle

ଖରାଦିନେ ଲେମ୍ନୁ ପାଣି ବରଦାନ ପରି କାମ କରିଥାଏ , ଲେମ୍ବୁ ପାଣିରେ ରହିଛି ସଂଜୀବନୀ ଶକ୍ତି

ଖରାଦିନେ ଲେମ୍ନୁ ପାଣି ବରଦାନ ପରି କାମ କରିଥାଏ , ଲେମ୍ବୁ ପାଣିରେ ରହିଛି ସଂଜୀବନୀ ଶକ୍ତି ।
ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ଓଜନ ହ୍ରାସ ହୋଇଥାଏ ବୋଲି ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏହାର ମଧ୍ୟ ଅନେକ ଉପକାରିତା ଅଛି ଯାହା ଆମେ ଜାଣି ନଥାଉ । ଆସନ୍ତୁ ଜାଣିବା ସେ ସଂପର୍କରେ । ଲେମ୍ବୁ ପାଣି ପିିଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ ।
ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଲେମ୍ବୁ ପାଣିକୁ ମୁହଁରେ ବ୍ୟବହାର କଲେ, ଡେଡ୍‌ ସେଲ୍‌କୁ ବାହାର କରି ଦେଇଥାଏ ଏବଂ ଅତ୍ୟାଧିକ ତୈଳ ଅଂଶକୁ ମଧ୍ୟ ବାହାର କରିଦେଇଥାଏ ।

ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ । କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆଜମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ।

ଲେମ୍ବୁ ପାଣି ନିଶା ସେବନ ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍‌ ଭାବରେ କାମ କରିଥାଏ । ଲେମ୍ବୁ ପାଣି ବ୍ୟାକ୍ଟେରିଆ କୁ ମାରିଥାଏ । ଯଦି ଫୁଡ୍‌ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର ହୋଇଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

Leave a comment

Your email address will not be published. Required fields are marked *