#Breaking News #Crime #Exclusive

ବେଆଇନ ଗଛିତ ମହୁଲ ଜବତ, ବ୍ୟବସାୟି ଗିରଫ

ଫୁଲବାଣୀ – (ସୁନୀଲ ପଟନାୟକ )
କନ୍ଧମାଳ ଅବକାରୀ ବିଭାଗ କୁ ମିଳିଛି ସଫଳତାl ଅ ବକା ରି ବିଭାଗ ସୁପରିଣ ଟେଣ୍ଡେଣ୍ଟ ଝସ କେତନ ବରୀହା ଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଓ ଫୁଲବାଣୀ ଅବକାରୀ ଟିମ ତୁମୁଡିବନ୍ଧ ଥାନା ହରିପୁର ଗ୍ରାମର ଜଣେ ବ୍ୟବସାୟୀ ଙ୍କ ଘର ଉପରେ ଚଢ଼ାଉ କରି ବେ ଆଇନ ଗଛିତ ଥିବା ୩ ୩ କୁଇଣ୍ଟାଲ ମହୁଲ ଜବତ କରିବା ସଙ୍ଗେ ସଙ୍ଗେ ବ୍ୟବସାୟି ସୁବାସ ନାୟକ କୁ ଗିରଫ କରିଛି l
ନାୟକ ସମ୍ପୃକ୍ତ ଅଂଚଳରଆଦିବାସୀ ଲୋକଙ୍କ ଠାରୁ ବିନା ଲାଇସେନ୍ସ ରେ କମ ଦରରେ ମହୁଲ କିଣି ଚୋରା ରେ ଅଧିକ ଦରରେ ବିକ୍ରି କରିଆସୁଥିଲେ l

ଫଳରେ ଏ ନେଇ ଅଭିଯୋଗ ହେବା ପରେ ଫୁଲବାଣୀ ଓ ବାଲିଗୁଡା ଅବକାରୀ ସ୍କ୍ୱାଡ଼ ଅତର୍କିତ ଭାବେ ଶୁକ୍ରବାର ଚଢ଼ାଉ କରିଥିଲା lତେବେ
ନାୟକ ବିପୁଳ ପରିମାଣ ରେ ମହୁଲ କୁଆଡେ ଗଛିତ ରଖିଥିଲେ ବି ବିଭାଗ ୩ ୩ କୁଇଣ୍ଟାଲ ଜବତ କରି ଥିବାବେଳେ ଆହୁରି ବହୁ ପରିମାଣ ର ମହୁଲ ଗାଡି ଅଭାବ ରୁ ଆଣି ନପାରି ଛାଡି ଦେଇଥିବା ଶୁଣିବାକୁ ମିଳିଛିl ବିଶେଷ କରି
ତୁମୁଡିବନ୍ଧ ଓ କୋଟଗଡ଼ ଅଞ୍ଚଳ ରେ ବ୍ୟାପକ ଚୋରା ଦେଶୀ ମଦ କାରବାର ଚାଲୁଥିବାରୁ ମହୁଲ ର ଢେର ଚାହିଦା ରହିଛି କୁଆଡେ l
ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଝସ କେତନ ବରିହା ଙ୍କ କାର୍ଯ୍ୟଦକ୍ଷତା, ଅଭିଜ୍ଞତା, ନିଷ୍ଠାପର ଉଦ୍ୟମ ଫଳରେ ଜିଲାରେ ବେଆଇନ ମଦକlରବାର, ଗଂଜେଇ ଚାଲାଣ ଆଦି ରୋକାଯାଇପାରିଛି l

Leave a comment

Your email address will not be published. Required fields are marked *