#Breaking News #Exclusive #National

Indian Skimmer ବା ପାଣିଚିରି ପକ୍ଷୀ ସମ୍ବନ୍ଧୀୟ ସୂଚନା

Indian Skimmer ବା ପାଣିଚିରି ପକ୍ଷୀ ଏକ ବିରଳ ପ୍ରଜାତିର ପକ୍ଷୀ ଯାହାର ବର୍ତ୍ତମାନର ସଂରକ୍ଷଣ ସ୍ଥିତି ସଂକଟାପନ୍ନ ବା Endangered. ସମଗ୍ର ବିଶ୍ଵରେ ଏହାର ସଂଖ୍ୟା ମାତ୍ର ୪୦୦୦ରେ ସୀମିତ । ଆମର ସୌଭାଗ୍ୟର ବିଷୟ ଯେ ଏହି ପକ୍ଷୀ ଆମର ଆଠଗଡ ବନଖଣ୍ଡର କଖଡି ଗ୍ରାମ ନିକଟସ୍ଥ ମହାନଦୀ ପଠାରେ ୧୬୫ ଗୋଟି ଦେଖା ଯାଇ ଅଛନ୍ତି ।ନଦୀ ଅବବାହିକାରେ ଥିବା ବାଲିଚର ଏମାନଙ୍କର ବିଚରଣ ଓ ପ୍ରଜନନ ପାଇଁ ଉପଯୁକ୍ତ ସ୍ଥାନ ଅଟେ ଏଣୁ ଏହି ସ୍ଥାନକୁ ଅଣ୍ଡା ଦେବା ପାଇଁ ଉପଯୁକ୍ତ ମନେ କରି, ଏହି ବର୍ଷ ୮୨ଟି ଅଣ୍ଡା ଦେଇଛନ୍ତି ଏବଂ ଅଣ୍ଡା ଦେବା ପ୍ରକ୍ରିୟା ଚାଲୁ ରହିଅଛି । ବର୍ତ୍ତମାନ ସୁଦ୍ଧା ଅଣ୍ଡାରୁ ୩୫ ଟି ଛୁଆ ଫୁଟିଛନ୍ତି ଓ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇବ ।

ଏହି ପକ୍ଷୀର ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରା ଯାଉଅଛି। ଯେଉଁଥିରେ ସ୍ଥାନୀୟ ବାସିନ୍ଦା, ବନ ବିଭାଗ କର୍ମଚାରୀଙ୍କ ସହ ମିଳିତ ଭାବେ କାର୍ଯ କରୁଛନ୍ତି । ବନବିଭାଗ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବିଶେଷତଃ ମତ୍ସ୍ୟଜୀବୀ ସମୁଦାୟଙ୍କୁ ନେଇ ସଚେତନତା କାର୍ଯକ୍ରମ କରାଯାଉଅଛି । ସମସ୍ତଙ୍କ ସହଯୋଗରେ ପାଣିଚିରି ପକ୍ଷୀକୁ ସୁରକ୍ଷା କରି ଏହାର ବଂଶ ବୃଦ୍ଧି ଘଟିଲେ, ଏହି ବିଲୁପ୍ତପ୍ରାୟ ପକ୍ଷୀର ବଂଶ ବୃଦ୍ଧି ସହିତ ସଂରକ୍ଷଣ ହୋଇପାରିବ।

Leave a comment

Your email address will not be published. Required fields are marked *