*🤭ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି । ଦିଲ୍ଲୀର ବ୍ରିଜପୁରୀରେ ସାରା ରାତି ବିକ୍ଷୋଭ ପ୍ରଦର୍ଶନ କରିିଛନ୍ତି ଶହ ଶହ ପ୍ରତିବାଦକାରୀ । ଏହି ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ।* *ସେହିପରି ପୂର୍ବ ଦିଲ୍ଲୀର ସିଲମପୁରରେ ଏହି ଆଇନ ବିରୋଧରେ ତୀବ୍ର ପ୍ରତିବାଦ ହୋଇଛି । ଏନଆରସି ଓ ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜୋରଦାର ବିରୋଧ ହୋଇଛି । ଏପରିକି ବିକ୍ଷୋଭକାରୀମାନେ ଦୁଇଟି ପୋଲିସ୍ ବୁଥ୍ରେ ନିଆଁ ଲଗାଇଦେଇଛନ୍ତି । ଏଥିରେ ୧୫ ପୋଲିସ କର୍ମଚାରୀଙ୍କ ସମେତ ୨୧ ଜଣ ଆହତ ହୋଇଥିବା ଜଣାପଡିଛି ।* *ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯାହା ବି ହେଉ ଆଇନକୁ ଦେଶରେ ଲାଗୁ କରାଯିବ । ଶରଣାର୍ଥୀଙ୍କୁ ନାଗରିକତା ମିଳୁ ଓ ସମସ୍ତେ ସମ୍ମାନର ସହ ଭାରତୀୟ ହୋଇ ବଂଚନ୍ତୁ ବୋଲି ମୋଦି ସରକାର ନିଶ୍ଚିତ କରିବେ । ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଆସିଥିବା ଅଣ-ମୁସଲମାନଙ୍କୁ ନାଗରକିତା ମିଳୁ ବୋଲି ସରକାର ଚାହାଁନ୍ତି ।* *ବିରୋଧୀଙ୍କ ଉପରେ ବି ସେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି, ଏହି ଆଇନ ନେଇ ଲୋକଙ୍କୁ ଭୁଲ ତଥ୍ୟ ଦେଉଛି ବିରୋଧୀ ଓ ଦେଶରେ ହିଂସା ଭଳି ପରିବେଶ ସୃଷ୍ଟି କରୁଛନ୍ତି । କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଆଇନକୁ ବିରୋଧ କରୁଥିବା ଲୋକ ଏହାକୁ ବିରୋଧ କରିପାରିବେ ।*

*ନାଗରିକତା ସଂଶୋଧନ ଆଇନ ଉପରେ ରାଜନୈତିକ ହଟ୍ଟଗୋଳ ଏବଂ ଏହାକୁ ନେଇ ପୂର୍ବୋତ୍ତରର କିଛି ମୁଖ୍ୟମନ୍ତ୍ରୀଙ୍କ ଅପିଲ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ କିଛି ପରିବର୍ତ୍ତନକୁ ନେଇ ସଂକେତ ଦେଇଛନ୍ତି । ଝାଡ଼ଖଣ୍ଡ ଗିରିଡୀହରେ ନିର୍ବାଚନ ରାଲିରେ ଶାହ କହିଛନ୍ତି ଯେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସଙ୍ଗମା ମୋତେ ଆଇନରେ କିଛି ପରିବର୍ତ୍ତନ କରିବାକୁ କହିଛନ୍ତି । ମେଘାଳୟ ପାଇଁ ଆମେ ରଚନାତ୍ମକ ରୁପେ ସମଧାନ ବାହର କରିବା ପାଇଁ ବିଚାର କରିବୁ । ଏହାସହ ସେ ଲୋକଙ୍କୁ ଭୟଭିତ ନହେବା ପାଇଁ ଅପିଲ କରିଛନ୍ତି ।*

*ଅଣାୟତ୍ତ ଉତ୍ତର-ପୂର୍ବାଞ୍ଚଳ : ନାଗରିକତା ସଂଶୋଧନ ବିଲ୍ କୁ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ , ଆସାମ , ଅରୁଣାଚଳପ୍ରଦେଶ,ପଶ୍ଚିମବଙ୍ଗ ଓ ୟୁପିରେ ବିରୋଧ ପ୍ରଦର୍ଶନ , ଆସାମ ଦିବ୍ରୁଗଡରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ପଥରମାଡ* *ଦିବ୍ରୁଗଡରେ ବିଜେପି ବିଧାୟକଙ୍କ ଘର ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ , ଆସାମ ଓ ତ୍ରିପୁରାରେ ସ୍ଥିତି ଅଣାୟତ୍ତ ହେବାରୁ ସେନା ମୁତୟନ , ଗୁଆହାଟୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପାଇଁ କର୍ଫ୍ୟୁ ଜାରି । ପୁଲିସର କାର୍ଯ୍ୟାନୁଷ୍ଠାନରେ ୨୫ ବିକ୍ଷୋଭକାରୀ ଆହତ*