ବଡମ୍ବା ଗୋପୀନାଥ ପୁର ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣ ରେ 4 ଦିନ ମଧ୍ୟରେ 15 ଟି ମେଣ୍ଢା ମୃତ
କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଗତ ଚାରି ଦିନ ମଧ୍ୟରେ 15 ଗୋଟି ମେଣ୍ଢାର ଅଜଣା ଜନ୍ତୁ ଆକ୍ରମଣ ରେ ମୄତୁ ଘଟିଲାଣି,ମେଣ୍ଢା ପାଲିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି,ଗତକାଲି ବିଳମ୍ବିତ ରାତିରେ ଗ୍ରାମର ରତ୍ନାକର ପଲେଇ ଓ ବିରଞ୍ଚି ନାୟକ ଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ପାଞ୍ଚଗୋଟି ମେଣ୍ଢାଙ୍କ ବେକକୁ କଣା କରି ମାରିଦେଇଛି,ଗତ ପାଞ୍ଚ ଦିନ ମଧ୍ୟରେ 15 ଟି ମେଣ୍ଢାଙ୍କ ମୄତୁ ଘଟିଲାଣି,ଗ୍ରାମବାସୀମାନେ ପ୍ରାଣୀ ଚିକିସ୍ଥା ବିଭାଗରେ ଅଭିଯୋଗ କରିବା ପରେ ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































