#Breaking News #Exclusive #Headlines

କଂଗ୍ରେସ ସାଂସଦ ପ୍ରାର୍ଥୀ ଚର୍ଚ୍ଚ ଫା ଦେର ଙ୍କ ଆଶୀର୍ବାଦ ଲୋଡିଲେ

ଫୁଲବାଣୀ – (ସୁନୀଲ ପଟନାୟକ )
ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳୀୟ ପ୍ରାର୍ଥୀ ଙ୍କ ହୃତ ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି lନିର୍ବାଚନ ବୈତରଣୀ ପାର ହେବା


ଲାଗି କିଏ ମନ୍ଦିର, ତ କିଏ ମସଜିଦ ଆଉ କିଏ ଚର୍ଚ୍ଚ ଯାଇ ଆଶୀର୍ବାଦ ଲୋଡ଼ିବl ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି l
ଆଜି କଂଗ୍ରେସ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ଚର୍ଚ୍ଚ କୁ ଯାଇ ପ୍ରାର୍ଥନlକରିବାସହ ଆଣ୍ଠେଇ ରହି ଆଶୀର୍ବାଦ ଭିକ୍ଷା କରିଥିଲେ l
ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲାରେ ବହୁ ସଂଖ୍ୟାରେ ଚର୍ଚ୍ଚ, ପ୍ରାର୍ଥନା ଗୃହ ରହିଥିବାବେଳେ ଲକ୍ଷlଧିକ ସଂଖ୍ୟାରେ ଖ୍ରୀଷ୍ଟିଆନ ଭୋଟର ମଧ୍ୟ ଅଛନ୍ତି l ଆଉ ସେହି ଭୋଟର ମାନଙ୍କୁ ନିଜ ସପକ୍ଷ କୁ ଆଣିବାପାଇଁ ଅମିରଚାନ୍ଦ ପ୍ରୟାସ କରୁଥିବା ଜଣାପଡିଛି l ଅମୀର ଚାନ୍ଦ ଜିଲ୍ଲାର ପ୍ରାର୍ଥୀ ହୋଇଥିବାରୁ ଜିଲ୍ଲା ବାସୀ ଙ୍କ ସମର୍ଥନ ତାଙ୍କ ପ୍ରତି ବଢୁଥିବା ଅନୁମାନ କରାଯାଉଛି l

Leave a comment

Your email address will not be published. Required fields are marked *