#Breaking News #Exclusive #Headlines

ବିରୋଧୀ ଙ୍କ ମିଥ୍ୟା କଥା ଓ କୁମ୍ଭୀର କାନ୍ଦଣା ରେ ବିଶ୍ୱାସ କରନି —-ମୁଖ୍ୟ ମନ୍ତ୍ରୀ

ଫୁଲବାଣୀ =09/05(ସୁନୀଲ ପଟନାୟକ )
ଆଜିଗୁରୁବାର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ହେଲିକାପ୍ତର ଯୋଗେ ଅପରାହ୍ନ ଦୁଇଟା ରେ ପହଂଚି ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ପରିସର ରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ହଜାର ହଜାର ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ l ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚି଼ହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ
ଓଡ଼ିଶାରେ ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ କରିବା ଲାଗି ଅନୁରୋଧ କରିଥିଲେ l ବିଜେଡି ସରକାର ଦୀର୍ଘ ୨୫ ବର୍ଷ ଧରି ନିଃସ୍ୱାର୍ଥପର ଭାବେ ଓଡ଼ିଶାର ଲୋକଙ୍କ ପାଇଁ ବିଭିନ୍ନ ଜନ କଲ୍ୟାଣ କlରି ଯୋଜନା ମାନ କାର୍ଯ୍ୟ କାରି କରି ଥିବା କହିଥିଲେ l
ତେବେ ବିରୋଧୀ ମିଛ ପ୍ରତିଶୃତି ଦେବl ସହ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟ ମନ୍ତ୍ରିକହିଥିଲେ l ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି ଯୋଜନା, ବିଜୁ ସ୍ୱାସ୍ଥ୍ୟ ଯୋଜନା, ଲକ୍ଷ୍ମୀ ବସ ଯୋଜନା ଆଦି କାଳିଆ ଓ ଫାଇଭ ଟି ଯୋଜନା ସବୁ ଭଲ କି ବୋଲି ଉପସ୍ଥିତ ଜନସାଧାରଣ ଙ୍କୁ ପଚାରିଥିଲେ l
ସେହିପରି ମୁଖ୍ୟ ମନ୍ତ୍ରୀ ଙ୍କ ସ ହ ଆସିଥିବl ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ କନ୍ଧମାଳ ଜିଲ୍ଲା ରେ କlର୍ଯ୍ୟକାରୀ ହେଉଥିବା ବିଭିନ୍ନଜନ ହିତକର ଯୋଜନା ସମର୍କରେ କହିଥିଲେ l

 

ବିଜେଡି ର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲା ର ଉନ୍ନତି ସହ ଜିଲ୍ଲା ବାସୀ ଙ୍କ ସ୍ବପ୍ନ ସାକାର ପାଇଁ ଶଙ୍ଖ ଚି଼ହ୍ନରେ ବହୁ ସଂଖ୍ୟାରେ ମୋହର ମାରି ଜୟ ଯୁକ୍ତ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟନାୟକ ଙ୍କୁ ମୁଖ୍ୟ ମନ୍ତ୍ରୀ ପଦରେ ବସାଇବାଲାଗି ଅନୁରୋଧ କରିଥିଲେ l


ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କଂହର, ଜି ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କଂହର, ଦଶପଲା ରମେଶ ବେହେରା, ଭଞ୍ଜ ନଗର ବିଧାୟକ ପ୍ରାର୍ଥୀ ବିକ୍ରମ ଆରୁଖ, ବୌଦ୍ଧ ପ୍ରଦୀପ ଅମାତ, କଣ୍ଟାମାଳ ମହୀଧରରଣା ପ୍ରମୁଖ ଯୋଗ ଦେଇ ଭୋଟ ଭିକ୍ଷା କରି ଥିଲେ l ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜ଼ିଲ୍ଲା ବିଜେଡି ସଭାପତି ଅଙ୍ଗଦ କଂହର ଧନ୍ୟବାଦ ଦେଇଥିଲେ l ପୁପିନ୍ଦ ର ସଭା ପରିଚାଳନା କରିଥିଲେ l

ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ବାଚନୀ ସଭାରେ ପ୍ରଭାରୀ ବିଜୟ ନାୟକ, ପୂର୍ବତନ ବିଧାୟକ, ବିଜେଡି ନେତା, ମହିଳା ସଂଗଠନ ର କର୍ମକର୍ତା ଓ କର୍ମୀ ଙ୍କ ସମେତ
ଜିଲ୍ଲାର ବିଭିନ୍ନ ସ୍ଥାନ ରୁ କୋଡିଏ ହଜାର ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ l
ମୁଖ୍ୟ ମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା l

Leave a comment

Your email address will not be published. Required fields are marked *