ଘଣ୍ଟିଖାଲ ଫାଣ୍ଡି ଉପରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ
ଘଣ୍ଟିଖାଲ ଫାଣ୍ଡି ଉପରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ,,,,,,,ରାୟ ପ୍ରକାଶ,,,,,,15 ବର୍ଷ ଧରି ଏହି ଫାଣ୍ଡି କମ୍ପାନୀକୁ ଜଗିଆସିଥିଲା,ଗତ 2013 ମସିହାରେ ଆଠଗଡ ର୍ ବରିଷ୍ଠ ସାମ୍ବାଦିକ ତଥା ଗଡ଼ଜାତ ପରିକ୍ରମା ସମ୍ପାଦକ ଲଲାଟେନ୍ଦୁ ସେନାପତି ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଜନସ୍ୱାର୍ଥ ମାମଲା ଦାଏର୍ କରିଥିଲେ,ସେ ସମୟରେ ମଧ୍ୟ ସରକାରଙ୍କ ତରଫରୁ ଗୋଟିଏ ବର୍ଷ ସମୟ ନେଇଥିଲେ ମଧ୍ୟ କମ୍ପାନୀ ଭିତରୁ ଫାଣ୍ଡି ଉଠି ନଥିଲା,ଗତମାସରେ ଉଚ୍ଚନ୍ୟାୟାଲୟରେ ମାମଲା ଟି ଉଠିବା ଫଳରେ ଗୃହବିଭାଗ ତରବରିଆ ଭାବେ କମ୍ପାନୀ ପଛପଟରୁ ଫାଣ୍ଡିକୁ ଆଣି ଆରତୀର ଆଗ ପାଚେରୀ ଭାଙ୍ଗି ବିଧାୟକ ଙ୍କ ହାତରେ 15 ବର୍ଷ ପରେ ଫାଣ୍ଡି ଉଦଘାଟିତ କରିଥିଲେ,ଯୋଉ ଉଦେଶ୍ୟ ନେଇ ଜନସ୍ୱାର୍ଥ ମାମଲା ଦାଏର୍ କରାଯାଇଥିଲା ସେ ଉଦେଶ୍ୟ ସାଧାରଣ ଲୋକ ପାଇଲେ ନାହିଁ,ଏହା ଉପରେ ଆମ ଓକିଲ ଆଠଗଡ ର୍ ଯୁବ ଓକିଲ ଦେବନାରାୟନ ପଟ୍ଟନାୟକ ଉଛନ୍ୟାୟଲୟରେ ଅପିଲ କରିଥିଲେ,ଆଜି ଏହି ମାମଲା ଟିର ଶୁଣାଣି ଶେଷ ହୋଇଛି,ମାନ୍ୟବର ଅଦାଲତ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଗୋଟିଏ ବର୍ଷ ଭିତରେ ସରକାର ଙ୍କ ଠାରୁ ଜାଗା ନେଇ ଏହି ଫାଣ୍ଡିକୁ କମ୍ପାନୀ ବାହାରେ ପ୍ରତିଷ୍ଠା କରିବା ପାଇଁ ନିର୍ଦେଶ ଦେଇଛନ୍ତି,ମୋର ବି ବିଶ୍ୱାସ ରହିଛି ଏଥର ଆଉ ହାଇକୋର୍ଟ ର୍ ନିର୍ଦେଶକୁ ସରକାର ବେଖାତିର କରିବେ ନାହିଁ,
ସତ୍ୟର ସଦା ଜୟ,

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































