କାର୍ତ୍ତିକେୟ ପୂଜା ପାଇଁ ଜେନାପଦା ଗ୍ରାମ ଉତ୍ସବ ମୁଖର ।
ଆଠଗଡ ବ୍ଲକ ଜେନାପଦା ଦଳ ଗ୍ରାମ କାର୍ତ୍ତିକେଶ୍ୱର ପୂଜା ପାଇଁ ହୋଇଉଠିଛି ଉତ୍ସବ ମୁଖର,ଗ୍ରାମର 4 ଗୋଟି ସାହିରେ ଗତ 7 ବର୍ଷ ଧରି ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ପାଳିତ ହୋଇଆସୁଛି କାର୍ତ୍ତିକେଶ୍ୱର ପୂଜା,ଏହା ପୂର୍ବରୁ ରାଜରାଜୁଡା ଶାସନ ସମୟରୁ ଗ୍ରାମରେ ରାସପୂର୍ଣ୍ଣମୀ ଅନୁଷ୍ଠିତ ହୋଇଆସୁଥିଲା,ଗ୍ରାମର ଆରାଧ୍ୟଦେଵ ହେଉଛନ୍ତି ଗୋପୀନାଥ ଦେବ,ଶହଶହ ବର୍ଷଧରି ଗ୍ରାମରେ ଗୋପୀନାଥ ଦେବ ପୂଜା ପାଇଆସୁଥିବା ବେଳେ ମନ୍ଦିର ମରାମତି ହୋଇନପାରିବା ଯୋଗୁ ମନ୍ଦିର ଟି ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି,ଶହଶହ ଏକର ଚାଷଜମି ର୍ ମାଲିକ ଏହି ଠାକୁର ହୋଇଥିଲେ ମଧ୍ୟ ମନ୍ଦିର ରକ୍ଷଣାବେକ୍ଷଣ ପ୍ରତି ଦେବୋତ୍ତର ବିଭାଗର ଆନ୍ତରିକତା ନାହିଁ।


Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































