ଅନୁଗୋଳରୁ ଅଟୋରେ ଭାରତ ଭ୍ରମଣ ସହିତ ପରିବେଶ ସୁରକ୍ଷା ବାର୍ତ୍ତା
ଲଲାଟେନ୍ଦୁ ସେନାପତି : ଅଟୋରେ ପରିବେଶ ସୁରକ୍ଷା ପାଇଁ ଭାରତ ଭ୍ରମଣ ରେ ବାହାରିଲେ ଅନୁଗୋଳ ର୍ ଯୁବକ ଦିଲୀପ କୁମାର ସାହୂ ଓ ପିକୁନ କୁମାର ସାହୁ, ସାରା ବିଶ୍ୱରେ ଜଳବାୟୁ ଯେପରି ବିଗିଡି ବିଗିଡି ଚାଲିଛି ଆଉ ଭାରତର ସ୍ଥାନ ୩ନମର ରେ ରହିଲାଣି ଆଉ ଭାରତକୁ ଜଳବାୟୁ ପରିବର୍ତ୍ତନ ରେ ନିନ୍ଦିତ ହେବାକୁ ପଡିଛି ଏଭଳି ପରିସ୍ଥିତିରେ ଅନୁଗୋଳ ର୍ ଏହି ଦୁଇଜଣ ଯୁବକ ପରିବେଶକୁ ସୁରକ୍ଷା ଦେବାପାଇଁ ଅଣ୍ଟା ଭିଡିଛନ୍ତି,ଗତ ଗାନ୍ଧିଜୟନ୍ତି ଠାରୁ ଏହି ଦୁଇଜଣ ଯୁବକ ଏକ ଅଟୋ ରେ ହାତୀ,ବାଘ,ଭାଲୁ ପ୍ରଭୁତି କରିବା ସହିତ ହାତୀ ଓ ଭାଲୁ ବେଶରେ ସଜାଇ ହୋଇ ପଶୁ ଡ୍ରେସ ପିନ୍ଧି ଅଟୋ ଚଳାଇ ଭାରତ ଭ୍ରମଣରେ ବାହାରି ଛନ୍ତି,ଆଜି ଏହି ଯୁବକ ମାନେ ଆଠଗଡ ରେ ପହଂଚି ମୋ ଠିକଣା ପାଇ ଆମ ଘରେ ପହଂଚି ଥିଲେ,ସେମାନଙ୍କୁ ମୋ ବାସଭବନରେ ସ୍ୱାଗତ କରିବା ସହିତ ଆଠଗଡ ସବଡିଭିଜନ ଭ୍ରମଣ କରିବା ପାଇଁ ସହଯୋଗ କରିଥିଲି, ସମ୍ପୂର୍ଣ ନିଜସ୍ୱ ଅର୍ଥରେ ଏହି ଦୁଇ ଜଣ ଯୁବକ ଭାରତ ଭ୍ରମଣ ରେ ବାହାରିଛନ୍ତି,ଆଠଗଡ ସହରର ବିଭିନ୍ନ ସାହି ଗଳି ରେ ଏହି ଗାଡି ବୁଲିବା ସହିତ ଜଙ୍ଗଲ ବଞ୍ଚା,ଗଛ ଲଗାଅ ନେଇ ସଚେତନତା ବାର୍ତା ଲୋକମାନଙ୍କୁ ପ୍ରଦାନ କରିଥିଲେ,ଏହି ମଣିଷ ରୂପି ବାଘ ଭାଲୁଙ୍କୁ ଦେଖିବା ପାଇଁ ଶିଶୁ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିଲା।





Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































