ଆଠଗଡ଼ରେ କିଛି ଦିନ ନିରବତା ପରେ ପୁଣି ସକ୍ରିୟ ହେଲେ ଛିନତାଇ ଲୁଟେରା
ଆଠଗଡ (୨୦/୧୧/୧୯) ମନୋରଞ୍ଜନ ମହାପାତ୍ର : ଆଠଗଡ଼ ଥାନା ଅନ୍ତର୍ଗତ ଏନଏସି ୧୫ ନମ୍ବର ଓ୍ବାର୍ଡ ର ବାଣୀକଣ୍ଠନଗର ପୁରୁଣା ସାଈବାବା ମନ୍ଦିର ନିକଟରୁ ସୀମା ଆଚାର୍ଯ୍ୟ ନାମ୍ନୀ ମହିଳାଙ୍କ ଠାରୁ ଦୁଇ ଦୁର୍ବୁତ୍ତ ପଲସର ଗାଡିରେ ଆସି ଲୁଟିଲେ ସୁନାଚେନ।ଉଭୟ ଦୁର୍ବୁତ୍ତ ହେଲମେଟ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇନଥିଲା।ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ କିଛି ଯୁବକ ଉକ୍ତ ଦୁର୍ବୁତ୍ତ ମାନଙ୍କୁ ଗୋଡାଇଥିଲେ ମଧ୍ୟ ସେମାନଙ୍କ ଟେର ପାଇନଥିଲେ।ପ୍ରକାଶଥାଉକି ଶ୍ରୀମତୀ ସିମା ଆଚାର୍ଯ୍ୟ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ର କର୍ମଚାରୀ ବିନୟ କୁମାର ଶତପଥୀଙ୍କ ଧର୍ମପତ୍ନୀ ଅଟନ୍ତି ସେ ଆଜି ସଂଧ୍ୟା ସମୟରେ ନିଜ ଘରୁ ବାହାରି ସାଈ ମନ୍ଦିର ନିକଟସ୍ଥ ପୋଡଶୀ ଘରକୁ ଯାଉଥିବା ବେଳେ ସୀମାଙ୍କୁ ଦୁଇ ଦୁର୍ବୁତ୍ତ ଧକ୍କା ଦେଇ ସୁନାଚେନ ଲୁଟି ଫେରାର ହୋଇଥିଲେ।ଏ ସଂକ୍ରାନ୍ତରେ ଆଠଗଡ ଥାନାରେ ଏକ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ମ ଜାରି ରଖିଛି।ତେବେ ଦିନକୁ ଦିନ ଆଠଗଡ ଅଞ୍ଚଳରେ ଛିନତାଇ ବଢିବାରେ ଲାଗିଥିବା ବେଳେ ଆଠଗଡ ପୋଲିସ ଆଜି ପର୍ଯ୍ୟନ୍ତ ଏହି ଲୁଟେରା ମାନଙ୍କୁ ଧରିବାରେ ଅସଫଳ ହୋଇଛନ୍ତି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































