ଭଳିକି ଭଳି ଖାଦ୍ୟ ଖାଇଲେ ହଉଛି ପେଟ ରୋଗ ।ନା ସରକାର ନା ବେପାରୀ, ଚିନ୍ତା ନାହିଁ କାହାରି ।
ଆଠଗଡ଼ ଲଲାଟେନ୍ଦୁ ସେନାପତି : କେତେ ସୁରକ୍ଷିତ ଏ ମିଠା ଆଉ ଜଳଖିଆ,ଆଠଗଡ ରୁ ନରସିଂପୁର ଯିବା ରାସ୍ତାରେ ଚମ୍ପେଶ୍ୱର ରାସ୍ତା କଡରେ ଏହି ସବୁ ମିଠା ଦୋକାନୀ ପସରା ମେଲାଇଛନ୍ତି,ରାସ୍ତାରେ ଧୂଳି ଧୂସର,ଧୂଆଁ ସବୁ ଏହି ମିଠା ଓ ଜଳଖିଆରେ ପ୍ରବେଶ କରୁଛି,ଲୋକେ ଖାଉଛନ୍ତି,ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ନେଉଛନ୍ତି, ହେଲେ କେହି ବି ଦୋକାନୀ ଜରି ଘୋଡାଉ ନାହାନ୍ତି,ରାସ୍ତାରେ ପ୍ରଶାସନ,ପୋଲିସ ସମସ୍ତେ ଯାଉଛନ୍ତି ହେଲେ କାହାର ନଜର ପଡୁନାହିଁ ଏହି ଖାଦ୍ୟ ଉପରେ, ପ୍ରକୃତରେ ଏହା ଖାଦ୍ୟ କି ଅଖାଦ୍ୟ ତାକୁ ଦେଖିବାକୁ ନରସିଂପୁର ଅଂଚଳରେ ପ୍ରଶାସନ,ପୋଲିସ, କିମ୍ବା ଯୋଗାଣ ବିଭାଗ କିମ୍ବା ସପ୍ଲାୟ ଇନ୍ସପେକ୍ଟର ଥିଲା ପରି ମନେ ହେଉନାହିଁ, ଯଦି କିଛି ଅଘଟଣ ଘଟିବ ତା ପରେ ପ୍ରଶାସନ ର୍ ନିଦ ଭାଙ୍ଗିବ।




Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































