ପୁରୁଣା କଟକ ସମ୍ବଲପୁର ରାସ୍ତାର କନ୍ତୋଲ ଗ୍ରାମ ନିକଟରେ ଟ୍ରକ ଦୁର୍ଘଟଣା ।
ପୁରୁଣା କଟକ ସମ୍ବଲପୁର ରାସ୍ତାର କନ୍ତଲ ବ୍ରିଜ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ଯାତ୍ରାପାର୍ଟିର 15 ରୁ ଉର୍ଦ୍ଧ୍ବ କଳାକାର ଦୁର୍ଘଟଣା ର୍ ଶିକାର ହୋଇଛନ୍ତି,ସାବିତ୍ରୀ ଗଣନାଟ୍ୟ ନାମକ ଏକ ଯାତ୍ରାପାର୍ଟି ଆଠଗଡ ଅଭିମୁଖେ ଆସୁଥିବା ବେଳେ ଯାତ୍ରାପାର୍ଟି ଟ୍ରକ ର୍ ଡ୍ରାଇଭର ଏକ ବାଇକ ରେ ଯାଉଥିବା ଦୁଇଜଣ ଯୁବକ ଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ ଟି ରାସ୍ତା ଉପରେ ଓଲଟି ପଡିଛି,ଟ୍ରକରେ ଥିବା ସମସ୍ତ କଳାକାର ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି, ସମସ୍ତ ଆହତ ମାନଙ୍କୁ ଆଠଗଡ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଆମ୍ବୁଲାନ୍ସ ସହାୟତାରେ ଆଠଗଡ ମେଡିକାଲ ରେ ଭର୍ତି କରାଯାଇଛି, ଦୁଇ ବାଇକ ଆରୋହି ଙ୍କୁ ମଧ୍ୟ ମେଡିକାଲ ରେ ଭର୍ତି କରାଯାଇଛି, ଏହି ଦୁଇଜଣ କନ୍ତଲ ଗ୍ରାମର ବୋଲି ଜଣାପଡିଛି,ରାସ୍ତାରେ ଟ୍ରକ ଟି ଓଲଟି ପଡିଥିବା ଯୋଗୁ କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।







Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































