ମହୋତ୍ସବ ପାଇଁ ଅଣ୍ଟା ଭିଡ଼ିଲେ, ଗଡ଼ଜାତ ପରିକ୍ରମା, ଆଠଗଡ଼
ଆଠଗଡ ରେ ପୁଣି ଆରମ୍ଭ ହେବ ମହୋତ୍ସବ, ଗଡଜାତ ପରିକ୍ରମା ଆୟୋଜନ ରେ ଆସନ୍ତା ମାସ ଜାନୁଆରୀ 13 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡ଼ିଆରେ ଗଡ଼ଜାତ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି,ଦଳମତ ନିର୍ବିଶେଷରେ ଏହି ମହୋତ୍ସବ କୁ ପାଳନ କରିବା ପାଇଁ ସମସ୍ତେ ପରାମର୍ଶ ଦେଇଥିଲେ,ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମହୋତ୍ସବକୁ ଆଗେଇ ନେବାକୁ ସମସ୍ତେ ପରାମର୍ଶ ରଖିଥିଲେ,ଗଡଜାତ ଅଞ୍ଚଳ ର୍ ସାହିତ୍ୟ,ସଂସ୍କୃତି, ଐତିହ୍ୟ,ପରମ୍ପରା ଓ ଲୋକକଳା କୁ ଲୋକଲୋଚନକୁ ଆଣିବା ସହିତ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ମହୋତ୍ସବ ରେ ସମ୍ବର୍ଦ୍ଧିତ କରାଯିବା ସହିତ ଓଡ଼ିଶାର ସମସ୍ତ ଗଡଜାତ ଗଡଜାତ ମହୋତ୍ସବ ରେ ବାନ୍ଧି ହେବାକୁ ବିଚାର ବିମର୍ଶ ହୋଇଥିଲା।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































