ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଭଦ୍ରକ (ବ୍ୟୁରୋ): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଣେ ବାଇକ୍ ଆରୋହୀଙ୍କ ଉପରେ ଏକ ଟ୍ରକ୍ ଚଢ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ରମାକାନ୍ତ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ଖଇରାରେ ବୋଲି ଜଣାପଡ଼ିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































