ଶୀତକାଳୀନ ଅଧିବେଶନ ସରିଲା
ନୂଆଦିଲ୍ଲୀ: ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ନଭେମ୍ୱର ୧୮ରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଏହାପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦର ଦୁଇ ଗୃହକୁ ମୁଲତବୀ ରଖାଯାଇଛି। ଶୀତକାଳୀନ ଅଧିବେଶନର ଅନ୍ତିମ ଦିନରେ ଲୋକସଭାରେ ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ହୋହାଲ୍ଲା ହୋଇଥିଲା। ଏହାପରେ ଲୋକସଭାକୁ ମୁଲତବୀ କରିଥିଲେ ବାଚସ୍ପତି ଓମ୍ ବିର୍ଲା। ମୁଲତବୀ ଘୋଷଣା କରିବା ବେଳେ ବାଚସ୍ପତି କହିଛନ୍ତି, ଚଳିତ ଅଧିବେଶନରେ ଲୋକସଭାରେ ୧୮ବିଲ୍ ଗୃହୀତ ହୋଇଛି। ଯେଉଁଥିରେ ନାଗରିକତା ସଂଶୋଧନ ବିଧେୟକ, ଏସପିଜି, ଚିଟଫଣ୍ଡ, ଅସ୍ତ୍ରଶସ୍ତ୍ର ବିଧେୟକ ରହିଛି।
ସଂସଦ ମୋଟ ୨୦ ଦିନ ଚାଲିଥିବା ବେଳେ ମୋଟ୍ ୧୩୦ ଘଣ୍ଟା ୪୫ ମିନିଟ୍ ପାଇଁ ଚାଲିଛି। ନଭେମ୍ୱର ୧୮ରେ ଆରମ୍ଭ ହୋଇଥିଲା ସଂସଦ। ଏହି ସମୟରେ ୪ ଜଣ ସାଂସଦ ବିହାରର ସମସ୍ତିପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରିନ୍ସ ରାଜ, ମଧ୍ୟ ପ୍ରଦେଶର ସାହୋଡୋଲର ସାଂସଦ ହିମାଦ୍ରି ସିଂ, ମହାରାଷ୍ଟ୍ରର ସତାରାର ସାଂସଦ ଶ୍ରୀନିବାସ ଦାଦାସାହେବ ପାଟିଲ ଓ ତାମିଲନାଡୁର ଭେଲୋର ସାଂସଦ ଡି.ଏମ୍. କଦୀର ଆନନ୍ଦ ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ।
ଏହି ଅଧିବେଶନରେ ମୋଟ ୩୬୪ଟି ଲୋକଙ୍କ ପ୍ରସଙ୍ଗକୁ ଉଠାଯାଇଥିଲା। ଯେଉଁଥିରୁ ୧୨୧ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ୨୪୩ଟି ପ୍ରସଙ୍ଗରେ ଉପସ୍ଥାପନ କରାଯାଇଥିଲା। ଏହି ପ୍ରସଙ୍ଗ ମଧ୍ୟରେ ବାୟୁ ପ୍ରଦୂଷଣ ଏବଂ ପାଣିପାଗ ପରିବର୍ତ୍ତନ ଭଳି ପ୍ରସଙ୍ଗ ରହିଛି।
ସେହିଭଳି ରାଜ୍ୟସଭାରେ ୨୫୦ ତମ ଅଧିବେଶନର ଆଜି ଅନ୍ତିମ ଦିନ ଥିଲା। ଚଳିତ ଅଧିବେଶନରେ ରାଜ୍ୟସଭା ମୋଟ୍ ୨ ଥର ପାଇଁ ଗୃହ ମୁଲତବୀ ରହିଥିଲେ ମଧ୍ୟ ଶତ ପ୍ରତିଶତ ସଫଳ ହୋଇଛି ବୋଲି ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି। ପୂର୍ବ ଅଧିବେଶନ ୧୦୦ ପ୍ରତିଶତ ରହିଥିବା ବେଳେ ଚଳିତ ଥର ୧୦୪ ପ୍ରତିଶତ ସଫଳ ହୋଇଛି ବୋଲି ସେ କହିଛନ୍ତି। ଚଳିତ ଅଧିବେଶନରେ ୧୫ଟି ବିଧେୟକ ରାଜ୍ୟସଭାରେ ଗୃହୀତ ହୋଇଛି।
ସଂସଦର ଉଭୟ ସଦନରେ ନାଗରିକ ସଂଶୋଧନ ବିଧେୟକ, ଗାନ୍ଧି ପରିବାରରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର, ଦିଲ୍ଲୀ ପ୍ରଦୂଷଣ, ପାଣିପାଗ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିସହ ସଂସଦରେ ମିଳୁଥିବା ସବସିଡି କ୍ୟାଣ୍ଟିନ ଖାଦ୍ୟ ଉପରେ ରୋକ୍ ଲଗାଇଥିଲା ସଂସଦ।
ସେହିଭଳି ରାଜ୍ୟସଭାରେ ୨୫୦ ତମ ଅଧିବେଶନର ଆଜି ଅନ୍ତିମ ଦିନ ଥିଲା। ଚଳିତ ଅଧିବେଶନରେ ରାଜ୍ୟସଭା ମୋଟ୍ ୨ ଥର ପାଇଁ ଗୃହ ମୁଲତବୀ ରହିଥିଲେ ମଧ୍ୟ ଶତ ପ୍ରତିଶତ ସଫଳ ହୋଇଛି ବୋଲି ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି। ପୂର୍ବ ଅଧିବେଶନ ୧୦୦ ପ୍ରତିଶତ ରହିଥିବା ବେଳେ ଚଳିତ ଥର ୧୦୪ ପ୍ରତିଶତ ସଫଳ ହୋଇଛି ବୋଲି ସେ କହିଛନ୍ତି। ଚଳିତ ଅଧିବେଶନରେ ୧୫ଟି ବିଧେୟକ ରାଜ୍ୟସଭାରେ ଗୃହୀତ ହୋଇଛି।
ସଂସଦର ଉଭୟ ସଦନରେ ନାଗରିକ ସଂଶୋଧନ ବିଧେୟକ, ଗାନ୍ଧି ପରିବାରରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର, ଦିଲ୍ଲୀ ପ୍ରଦୂଷଣ, ପାଣିପାଗ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିସହ ସଂସଦରେ ମିଳୁଥିବା ସବସିଡି କ୍ୟାଣ୍ଟିନ ଖାଦ୍ୟ ଉପରେ ରୋକ୍ ଲଗାଇଥିଲା ସଂସଦ।
ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହି ନିଜର ବିଚାରଧାରା ରଖି ଦେଖକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ମୁଖ୍ୟତଃ ବିଜେପି ସାଂସଦମାନଙ୍କୁ ଶତ ପ୍ରତିଶତ ଉପସ୍ଥିତ ରହିବାକୁ ଦଳ ନର୍ଦ୍ଦେଶ ଦେଇଥିଲା। ତେବେ ଗୃହ ଆରମ୍ଭର ଦୁଇ ଦିନ ପରେ ଶାସକ ଦଳର କିଛି ସାଂସଦ ଉପସ୍ଥିତ ରହୁନଥିବା ଦେଖି ପ୍ରଧାନମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































